ଭୁବନେଶ୍ବର : ରାଜ୍ୟର ୪୨ ହଜାର ୬୨୩ ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ବତନ୍ତ୍ର ଶୌଚାଳୟ ନାହିଁ। ଏଥିଯୋଗୁଁ ୫ ଲକ୍ଷ ଶିଶୁ ସର୍ବନିମ୍ନ ସ୍ବଚ୍ଛତାରୁ ବଞ୍ଚିତ ହେଉଛନ୍ତି। ଅପରିଷ୍କାର ସ୍ଥାନରେ ସେମାନେ ଶୌଚ କରିବା ପାଇଁ ବାଧ୍ୟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଇନଜୀବୀ ଦିଲ୍ଲୀପ ଦାସଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ଓଡ଼ିଶା ରାଜ୍ୟ ମାନବାଧିକାର କମିସନ।

Advertisment

ଏହି ଅଭିଯୋଗପତ୍ରରେ କୁହାଯାଇଛି, କେବଳ ସ୍ବଚ୍ଛତା ସମସ୍ୟା ନୁହେଁ, ରାଜ୍ୟରେ ଥିବା ୭୩ ହଜାର ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୮ ହଜାର କେନ୍ଦ୍ରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ଏପରିକି ୨୩ ହଜାର କେନ୍ଦ୍ରର କୋଠା ସୁରକ୍ଷିତ ନୁହେଁ। ରାଜ୍ୟର କେବଳ ୫୦ ହଜାର ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ କୋଠା ରହିଛି। ୮୭୨୯ଟି କେନ୍ଦ୍ର ସ୍କୁଲ କୋଠା, ୯୯୫୫ଟି କେନ୍ଦ୍ର ପଞ୍ଚାୟତ କିମ୍ବା ଗୋଷ୍ଠୀ କେନ୍ଦ୍ରର କୋଠା ଏବଂ ୪୫୪୮ଟି କେନ୍ଦ୍ର ଭଡ଼ା ଘରେ ଚାଲୁଛି। ଅନ୍ୟଦିଗରେ ୭୯୧୧ଟି ଅଙ୍ଗନବାଡ଼ି କେନ୍ଦ୍ର ଶୌଚାଳୟ ନିର୍ମାଣ ପାଇଁ ୨୦୨୨ ମସିହାରେ ୧୮୯୮ ଲକ୍ଷ ଟଙ୍କା ଦିଆଯାଇ ଥିଲା। ଚଳିତ ବର୍ଷ ମଧ୍ୟ ଶୌଚାଳୟ ଏବଂ ପାନୀୟ ଜଳ ପାଇଁ ୫୦୦୯ ଲକ୍ଷ ଟଙ୍କାର ଅନୁମୋଦିତ ହୋଇ ରହିଛି।