ଭୁବନେଶ୍ବର : ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନେଇ କୌଣସି ଦ୍ବନ୍ଦ୍ବ ରଖନ୍ତୁ ନାହିଁ। ପୂର୍ବ ଘୋଷଣା ଅନୁଯାୟୀ ସକାଳ ୭ରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦେଇଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ।
ଏହାକୁ ନେଇ ଜାରି ଚିଠିରେ ବିଭାଗୀୟ ଅତିରିକ୍ତ ସଚିବ ଜଣାଇଛନ୍ତି, ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ ସମୟରେ ଆବଶ୍ୟକ ପରିବର୍ତ୍ତନ କରିପାରିବେ। ସ୍କୁଲଗୁଡ଼ିକରେ ଗ୍ରୀଷ୍ମ ଛୁଟି ପରେ ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେବାରୁ ଏହି ନିର୍ଦ୍ଦେଶ ଜାରି ହୋଇଛି।