ଅଧପନ୍ତରିଆ ଅବସ୍ଥାରେ ଅଗଂନବାଡି କେନ୍ଦ୍ର, ପର ବାରଣ୍ଡାରେ ବସୁଛନ୍ତି ପିଲା

ବୈପାରିଗୁଡା: ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି ଅଗଂନବାଡି କେନ୍ଦ୍ର। ଯାହାଫଳରେ ପର ବାରଣ୍ଡାରେ ବସୁଛନ୍ତି ପିଲା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର ପୁରୁଡାବେଡା ଗ୍ରାମରେ। ପ୍ରକାଶ ଥାଉ କି, ଗତ ଦୁଇ ବର୍ଷ ତଳେ ପୁରୁଡାବେଡା ଠାରେ ଅଗଂନବାଡି କେନ୍ଦ୍ର ଗୃହ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଆଜି ବି ଗୃହର ନିର୍ମାଣ ଶେଷ ହୋଇ ପାରିନାହିଁ। ଅଧପନ୍ତରିଆ ଭାବେ ଛାଡ଼ି ଦିଆଯାଇଛି।

ଦୁଇ ବର୍ଷରୁ ଅଧିକ ସମୟ ହେଲାଣି ଘରଟି ଏଭଳି ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ଯାହା ଫଳରେ ଅଗଂନବାଡି କେନ୍ଦ୍ରକୁ ଆସୁଥିବା ଶିଶୁ ମାନଙ୍କୁ ପର ଘର ବାରଣ୍ଡାରେ ବସାଇ ପଢ଼ାଇବା ପାଇଁ ବାଧ୍ୟ ହେଉଛନ୍ତି ଅଗଂନବାଡି କର୍ମୀ। ନିୟମିତ ରୂପେ କେନ୍ଦ୍ର ଚାଲୁଥିବା ବେଳେ ଗୃହ ଅଭାବରୁ ପର ବାରଣ୍ଡାରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବା କେତେ ଦୂର ଠିକ୍ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିବା ସହ ଶିଶୁ ମାନଙ୍କ ଭବିଷ୍ୟତ ସହ ପ୍ରଶାସନ ଖେଳ ଖେଳୁଥିବା ଅଭିଯୋଗ କରିଛନ୍ତି। ଗୃହ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଗ୍ରାମବାସୀମାନେ ଏକାଧିକବାର ବିଡ଼ିଓଙ୍କୁ ଭେଟିଥିଲେ ମଧ୍ୟ କୈାଣସି ଗୁରୁତ୍ବ ଦେଉ ନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିବା ସହ ଶୀଘ୍ର ଗୃହ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଦାବି କରିଛନ୍ତି। ପୁରୁଡାବେଡାର ବିଭିନ୍ନ ସମସ୍ୟାକୁ ପ୍ରଶାସନ ଅଣଦେଖା କରୁଥିବା ନେଇ ଅଭିଯୋଗ କରିବା ସହ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର