ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଅଷ୍ଟମରୁ ଉପର ଶ୍ରେଣୀଗୁଡ଼ିକର ପିଲାମାନଙ୍କ ପାଇଁ ଅଫ୍ଲାଇନ୍ କ୍ଲାସ ଆରମ୍ଭ କରିଦେଇଛନ୍ତି। ଫେବ୍ରୁଆରି ୨୮ ତାରିଖ ଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପିଲାାମାନେ ଅଫ୍ଲାଇନ୍ରେ ପାଠ ପଢ଼ିବାକୁ ବିଦ୍ୟାଳୟକୁ ଯିବେ। ଏହାରି ମଧ୍ୟରେ ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ନିତ୍ୟନାରାୟଣ ବାରିକ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି।
ସଚିବ ଶ୍ରୀ ବାରିକ୍ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ କରୋନା ନିମ୍ନଗାମୀ ହେବାରେ ଲାଗିଛି। ତେଣୁ ସରକାର ଅଙ୍ଗନବାଡ଼ିଗୁଡ଼ିକ ଖୋଲିବା ପାଇଁ ଯୋଜନା କରୁଛନ୍ତି। ଅନ୍ୟପଟରେ ଗତ ୨ ବର୍ଷ ହେବ ଅଙ୍ଗନବାଡ଼ିଗୁଡ଼ିକ ବନ୍ଦ ଥିବାରୁ କୋଠା ଓ ଅନ୍ୟ ଜିନିଷପତ୍ରକୁ ପ୍ରସ୍ତୁତ ରଖିବାର ଅଛି। ତେଣୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପ୍ରସ୍ତୁତି ନେଇ ଆସନ୍ତା ୧୬ ତାରିଖରେ ରିପୋର୍ଟ ଦାଖଲ କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/anganwadi.jpg)