ପ୍ରସୂତିଙ୍କ ସ୍ୱାସ୍ଥ୍ୟ ଯାଂଚ ଓ ଶିଶୁଙ୍କୁ ଖାଦ୍ୟ ଦେବାକୁ ଜୀବନକୁ ବାଜି ଲଗାଇଲେ ଦୁଇ ଅଙ୍ଗନବାଡି ଦିଦି; ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ପାରି ହେଲେ ଭରା ନଈ

ମାଲକାନଗିରି: ଜୀବନ ଅପେକ୍ଷା ଜୀବିକା ବେଶ ଗୁରୁତ୍ୱପୂର୍ଣ୍ଣ । କର୍ମ ହିଁ ଭଗବାନ । ଲୋକଙ୍କ ସେବା କରିବା ପାଇଁ ଜୀବନକୁ ବାଜି ଲଗାଇ ଅଂଟାରେ ଲାଉ ତୁମ୍ବା ବାନ୍ଧି ଭରା ନଇ ପାରି ହେଉଛନ୍ତି ଦୁଇ ମହିଳା ଅଙ୍ଗନବାଡି କର୍ମୀ । ଏହିଭଳି ଦୃଶ୍ୟ ଆସିଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରୁ । ଗର୍ଭବତୀ ଓ ପ୍ରସୂତିଙ୍କ ସ୍ୱାସ୍ଥ୍ୟ ଯାଂଚ କରିବା ସହ ଶିଶୁଙ୍କୁ ଖାଦ୍ୟ ବଂଟନ କରିବା ପାଇଁ ରାଲେଗଡା ଗ୍ରାମ ପଂଚାୟତର ୨ ଜଣ ମହିଳା ଅଙ୍ଗନୱାର୍ଡି କର୍ମୀ ପ୍ରମିଳା ପେଲମେଲ ଓ ହେମଲତା ଶିଶା ଭରା ନଈ ପାରି ହେଉଛନ୍ତି ।

ପ୍ରମିଳା ସୁଆପାଲି ଅଙ୍ଗନୱାଡି କେନ୍ଦ୍ରରେ କାମ କରୁଥିବା ବେଳେ ହେମଲତା ନେଡୁପାଲି ଅଙ୍ଗନୱାଡି କେନ୍ଦ୍ରରେ କାମ କରନ୍ତି । ଏହି ଦୁଇଟି ଅଙ୍ଗନୱାଡି କେନ୍ଦ୍ରକୁ ଯିବାକୁ ହେଲେ ନେରୁଡପାଲି ନାଳ ପାରି ହେବାକୁ ପଡେ । ବର୍ଷା ଦିନେ ନେରୁଡପାଲି ନାଳରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହୋଇଥାଏ । ତେବେ ସେବା କରିବା କ୍ଷେତ୍ରରେ ଭରା ନାଳକୁ ଦେଖି ପଛେଇ ଯାଇ ନଥାନ୍ତି ଏହି ଦୁଇ ଜଣ ଅଙ୍ଗନୱାଡି କର୍ମୀ । ଅଂଟାର ଲାଉ ତୁମ୍ବା ବାନ୍ଧି ପାଣିର ପ୍ରଖର ସ୍ରୋତକୁ କାଟି ଲୋକଙ୍କ ପାଖରେ ପହଂଚିଥାନ୍ତି ।

ତେବେ ଏହି ଦୁଇ ଅଙ୍ଗନୱାଡି ବର୍ତ୍ତମାନ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତାଙ୍କର ଏଭଳି କାମ ସ୍ଥାନୀୟ ଅଞ୍ଚଳ ଲୋକ ତାଙ୍କୁ ପ୍ରଶଂସା କରିଛନ୍ତି ।

ସମ୍ବନ୍ଧିତ ଖବର