ଫେବ୍ରୁଆରି ୧ରୁ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରି ୧ ତାରିଖ ଠାରୁ ରାଜ୍ୟର ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ଖୋଲିବ। ଏ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। କିନ୍ତୁ କେବଳ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ଖୋଲିବ। ମାସକରେ ୨୫ ଦିନ ଖୋଲିବ ଏବଂ ଦିନକୁ ୨ ଘଣ୍ଟା ପାଇଁ ଏହା ଖୋଲାଯାଇପାରିବ। ସକାଳ ୯ ରୁ ୧୧ ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି। ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ଖୋଲିବା ନେଇ ଆଇସିଡିଏସ୍‌ ଏବଂ ସମାଜ ମଙ୍ଗଳର ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ ସମସ୍ତ ଜିଲ୍ଲାର ଜିଲ୍ଲାପଳମାନଙ୍କୁ ଚିଠି ଲେଖିଛନ୍ତି।

ସୂଚନାଯୋଗ୍ୟ, କରୋନା ଭାଇରସ ମହାମାରୀ ଯୋଗୁଁ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ଗତ ବର୍ଷ ମାର୍ଚ୍ଚ ମାସ ଠାରୁ ବନ୍ଦ ରହିଥିଲା। ଫଳରେ ପିଲାମାନଙ୍କର ପାଠ ପଢ଼ା ବନ୍ଦ ଥିଲା। କିନ୍ତୁ କରୋନା ଭାଇରସ କଟକଣା ମଧ୍ୟରେ ରାଜ୍ୟ ସରକାର ଅଙ୍ଗନବାଡ଼ି ପିଲା, ଗର୍ଭବତୀ ମହିଳାଙ୍କୁ ଖାଦ୍ୟ ଓ ଅନ୍ୟ ସୁବିଧା ପ୍ରଦାନ କରିଆସୁଛନ୍ତି।

ସମ୍ବନ୍ଧିତ ଖବର