ଧର୍ମଗଡ: ଆଜି ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କସ ଆସୋସିଏସନର ଆହ୍ୱାନ କ୍ରମେ ୧୨ ଦାବି ନେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅଙ୍ଗନୱାଡି କର୍ମୀମାନେ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ। ଉକ୍ତ ସମୟରେ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ବର୍ଷାରେ ଭିଜି ଭିଜି ଧାରଣା ଜାରି ରହିଥିଲା । ୧୨ ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧର୍ମଗଡ ବିଡିଓ ସରତ କୁମାର ସେଠୀଙ୍କୁ ପ୍ରଦାନ କରିଥିଲେ ।
୧୨ ଦାଫା ଦାବି ଗୁଡିକ ହେଲା- ଅଙ୍ଗନୱାଡି କର୍ମଚାରୀ ମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା ସହିତ ଚାକିରି ସର୍ତ୍ତାବଳୀ ଲାକୁ କାର୍ଯ୍ୟକ୍ରମ, ଯେ ପର୍ଯ୍ୟନ୍ତ ସରକାରୀ ଚାକିରି ମନ୍ୟାତା ମିଳିନାହିଁ ସେ ପର୍ଯ୍ୟନ୍ତ ଅଙ୍ଗନୱାଡି କର୍ମୀ, ମିନି ଅଙ୍ଗନୱାଡିମାନଙ୍କୁ ୧୮ ହଜାର ଟଙ୍କା ଓ ସହାୟିକାମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯାଉ । ୨୦୧୯ ମାର୍ଚ୍ଚ ମସିହାରେ ସରକାରଙ୍କ ଦ୍ୱାରା ଘୋଷିତ ଅବସରକାଳୀନ ସହାୟତା ରାଶି ଓ ଗ୍ରୀଷ୍ମ ଅବକାଶ କରାଯାଉ । ଅଙ୍ଗନୱାଡି କର୍ମୀ, ମିନି ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କୁ ଇପିଏଫଓ ଏବଂ ଇଏସିଇସି, ପେନସନ, ଗ୍ରାଚୁଟି ତଥା ଡାକ୍ତରଖାନା ଚିକିତ୍ସା ସୁବିଧାରେ ଅନ୍ତଭୁକ୍ତ କରାଯାଉ।
ମିନି ଅଙ୍ଗନୱାଡି କର୍ମୀମାନଙ୍କୁ ଅଙ୍ଗନୱାଡି କର୍ମୀ ମାନ୍ୟତା ଦିଆଯାଉ। କରୋନାରେ ମୃତ୍ୟୁ ବରଣ କରିଥିବା କର୍ମୀ ଓ ସହାୟିକା ମାନଙ୍କୁ କେନ୍ଦ୍ର ସରକାର ଘୋଷଣା କରିଥିବା ୫୦ ଲକ୍ଷ ଟଙ୍କା ବୀମା ରାଶି ତୁରନ୍ତ ପ୍ରଦାନ କରାଯିବା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ୬୦ ବର୍ଷ ପର୍ଯ୍ୟନ୍ତ ମାସିକ ୭୫୦୦ ଟଙ୍କା ଭତ୍ତା ପ୍ରଦାନ ଓ ପରିବାରରୁ ଜଣଙ୍କୁ ଚାକିରି ଦିଆଧାଉ । ଅବସର କାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ପ୍ରଦାନ ସହିତ ମାସିକ ୫ ହଜାର ଟଙ୍କା ଭତ୍ତା ଦିଆଯାଉ । କୌଣସି ଛୁଟି ଦିନ ବା ରବିବାର ଦିନ କାର୍ଯ୍ୟ କରିବା ପାଇଁ ପଶାସନ ତରଫରୁ ଚିଠି କରାଯାଉ ଏବଂ ଉଚିତ ପାରିଶ୍ରମିକ ପ୍ରଦାନ କରାଯାଉ । ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡି କର୍ମୀଙ୍କୁ ବାଦ ଦିଆଯାଉ । ବଜାର ମୁଲ୍ୟକୁ ଆଖି ଆଗରେ ରଖି ଗରମ ରନ୍ଧା ଖାଦ୍ୟର ମୂଲ୍ୟ ବୃଦ୍ଧି କରାଯାଉ ।
ରାଷ୍ଟ୍ରୀୟ ଶିକ୍ଷା ନିତି ୨୦୨୦ ଅନ୍ତର୍ଗତ ରାଜ୍ୟରେ ଥିବା ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଉ । ଅଙ୍ଗନୱାଡି କର୍ମୀ ଓ ମିନି ଅଙ୍ଗନୱାଡି କର୍ମୀଙ୍କୁ ଟ୍ରେନିଂ ଦେବା ସହିତ ପ୍ରଥମିକ ଶିକ୍ଷକ ଓ ସହାୟିକାମାନଙ୍କୁ ସହ ପ୍ରାଥମିକ ଶିକ୍ଷକ ଘୋଷଣା କରାଯାଉ । ପ୍ରାକ ବିଦ୍ୟାଳୟ ଶିଶୁମାନଙ୍କ ପାଇଁ ଅଙ୍ଗନୱାଡି କେନ୍ଦ୍ର ପରିସର ପରିବେଶକୁ ଉନ୍ନତ ମାନର କରାଯାଉ । ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ରନ୍ଧନ ଗ୍ୟାସ ଚୁଲା ସହିତ ୨ ଗୋଟି ୧୪.୨ କେଜିର ସିଲିଣ୍ଡର ଯୋଗାଇ ଦିଆଯିବା ଭଳି ଦାବୀ ରହିଛି । ଆଜିର ଏହି ଧାରଣାରେ ଅଙ୍ଗନୱାଡି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟା ଜସ୍ମିନ ନାଏକ, ବ୍ଲକ ସଭାନେତ୍ରୀ ଇନ୍ଦୁମତି ବେଶ୍ରା, ସଂପାଦିକା ପାର୍ବତି ଜାଲ, ଉପସଭାନେତ୍ରୀ ସୁଷମା ବାଗ, ସେବତି ତାଣ୍ଡି, ସଞ୍ଜୁ ମହାରଣା, ଦିପାଞ୍ଜଳୀ ସେଠୀ, କମଳିନି ସାଗର ପ୍ରମୁଖ ଉପସ୍ଥିତ ଥିଲେ ।