ଗଞ୍ଜାମ ଜିଲ୍ଲା ଅଙ୍ଗନବାଡ଼ି କର୍ମୀ ଧାରଣା

ଭୁବନେଶ୍ବର : ୧୩ ଦଫା ଦାବି ନେଇ ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ୱାର୍କର୍ସ ସଂଘର ଧାରଣା ୨୯ ଦିନ‌ରେ ପହଞ୍ଚିଛି। ଆଜି ଗଞ୍ଜାମ ଜିଲ୍ଲାର ହଜାର ହଜାର ଅଙ୍ଗନବାଡ଼ି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାସିକ ଭତ୍ତା ସର୍ବନିମ୍ନ ୧୮ହଜାର ଟଙ୍କା, ସହାୟିକାମାନଙ୍କୁ ମାସିକ ୯ ହଜାର ଟଙ୍କା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡ଼ି କର୍ମୀଙ୍କୁ ବାଦ୍‌ ଦେବା, ଅବସର ବୟସ ସୀମା ୬୫ବର୍ଷକୁ ବୃଦ୍ଧି, କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୫ ଲକ୍ଷ ଟଙ୍କା, ଗ୍ରୀଷ୍ମ ଦିନେ ଏକ ମାସ ଛୁଟି ପ୍ରଦାନ ଆଦି ୧୩ ଦଫା ଦାବି ନେଇ ସ˚ଘ ଲୋୟର ପିଏମ୍‌ଜିରେ ବିକ୍ଷୋଭ ଜାରି ରହିଛି। ରାଜ୍ୟ ସାଧାରଣ ସମ୍ପାଦିକା ସୁମିତା ମହାପାତ୍ର, ସଭାନେତ୍ରୀ ସୌଦାମିନୀ ଦାସ, ବସନ୍ତ ସାହୁ ପ୍ରମୁଖ ଆଜିର ଆନ୍ଦୋଳନର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର