ଖୋର୍ଦ୍ଧା: ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ମନମୁଖି କାରବାର ଓ ଆକ୍ରୋଶମୂଳକ ଭାବେ ମହିଳା ଅଙ୍ଗବାଡ଼ିକର୍ମୀଙ୍କ ବିରୋଧରେ ବିଭାଗୀୟ ପଦକ୍ଷେପ ନେବା ପ୍ରତିବାଦରେ ଗୁରୁବାର ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ସଂଘର ଜିଲ୍ଲା ସମ୍ପାଦିକ ବନୀତାଂଜଳି ଦାସଙ୍କ କହିବାନୁସାରେ, ସିଡିପିଓଙ୍କ ବୋଲକରା ହୋଇନଥିବା ଅଙ୍ଗନବାଡ଼ିକର୍ମୀଙ୍କୁ ତାଙ୍କରି ପ୍ରୋରଚନାରେ ଉପଜିଲ୍ଲାପାଳ ବିଭାଗୀୟ ପଦକ୍ଷେପ ନେଉଛନ୍ତି । ଏହାର ପ୍ରତିବାଦରେ ଗୁରୁବାର ସକାଳ ୧୦ଟାରେ ଜିଲ୍ଳାର ୧ହଜାରରୁ ଅଧିକ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ରାଲିରେ ବାହାରି ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିବେ । ସେଠରେ ଧାରଣା ସହ ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି ରାଜ୍ୟ କୋଷାଧ୍ୟକ୍ଷା କୁଂଜଲତା ଦାଶ, ଜିଲ୍ଲା ସଭାପତି ପ୍ରଭାତୀ ମଙ୍ଗରାଜ, ଭୁବନେଶ୍ୱର ଉତ୍ତର ସମ୍ପାଦିକ ସଂଧ୍ୟାରାଣୀ ମଲିକ ପ୍ରମୁଖ ଲିଖିତ ଭାବେ ଜଣାଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/7-5.jpg)