୧୯ରେ ନିଖିଳ ଓଡ଼ିଶା ଅଙ୍ଗନଓ୍ଵାଡି କର୍ମୀ ସଂଘର ଧାରଣା

ସିଡିପିଓଙ୍କ ପୁନଃ ବଦଳି ବାତିଲ ଦାବି

ଭୁବନେଶ୍ୱର : ସିଡିପିଓ ସୌଦାମିନୀ ମିଶ୍ରଙ୍କ କଟକ ସଦର ପ୍ରକଳ୍ପକୁ ପୁନଃ ବଦଳି ନିଷ୍ପତ୍ତିକୁ ନିଖିଳ ଓଡ଼ିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ ବିରୋଧ କରିଛି। ଏହି ବଦଳି ନିଷ୍ପତ୍ତିକୁ ବାତିଲ କରାନଗଲେ ଚଳିତ ଫେବ୍ରୁଆରି ମାସ ୧୯ ତାରିଖରୁ ଲୋୟର ପିଏମ୍‌ଜିରେ ଧାରଣା ଦିଆଯିବ ବୋଲି ସଂଘ ସୂଚନା ଦେଇଛି। ଏଆଇଟିୟୁସି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି ବିଜୟ ଜେନା କହିଛନ୍ତି, ଶ୍ରୀମତୀ ମିଶ୍ରଙ୍କ କଟକ ସଦର ପ୍ରକଳ୍ପରେ ୨୨ ମାସ କାର୍ଯ୍ୟକାଳ ମଧ୍ୟରେ ଅର୍ଥ ଆତ୍ମସାତ, କର୍ମୀମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରିବା , ଦରମା ବନ୍ଦ କରିବା ଆଦି କାରଣରୁ ତାଙ୍କୁ ବଦଳି କରାଯାଇଥିଲା। ସେ ବଦଳି ହୋଇଥିବା ସ୍ଥାନରେ ଯୋଗ ଦେଲେ ନାହିଁ କିମ୍ବା ତାଙ୍କ ସ୍ଥାନରେ ଆସିଥିବା ସିଡିପିଓଙ୍କୁ ଦାୟିତ୍ୱ ହସ୍ତାନ୍ତର କଲେ ନାହିଁ। ପୁଣିଥରେ ଗତ ଜାନୁଆରି ମାସରେ କଟକ ସଦର ପ୍ରକଳ୍ପକୁ ବଦଳି ହୋଇ ଆସିଛନ୍ତି। ତାଙ୍କ ପୁନଃ ବଦଳି ନିର୍ଦେଶନାମାକୁ ତୁରନ୍ତ ବାତିଲ କରିବାକୁ ଅଙ୍ଗନଓ୍ଵାଡି କର୍ମୀ ସଂଘ ଦାବି କରିଛି। ଅନ୍ୟମାନଙ୍କ ମଧ୍ୟରେ ବାସନ୍ତୀ ସ୍ୱାଇଁ, ବୀଣାପାଣି ସାହୁ ଓ ଉଜ୍ଜୟିନୀ ଦୀକ୍ଷିତ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର