ଅଙ୍ଗନଓ୍ଵାଡ଼ି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ, ନଭେମ୍ବର ୧୭ରେ ଦିଲ୍ଲୀରେ ଆନ୍ଦୋଳନ

ଭୁବନେଶ୍ୱର: ସ୍ଥାନୀୟ ଲୋୟର ପିଏମ୍‌ଜିରେ ଦୀର୍ଘ ୪୦ ଦିନର ଆନ୍ଦୋଳନ ପରେ ଶନିବାର ଅଙ୍ଗନଓ୍ଵାଡ଼ି କର୍ମୀମାନେ ଧାରଣାରୁ ଓହରିଛନ୍ତି। ଅଲଓଡ଼ିଶା ଅଙ୍ଗନଓ୍ଵାଡ଼ି ଲେଡ଼ିଜ୍‌ ଓ୍ଵାର୍କସ ଆସୋସିଏସନ୍‌ର ନିଷ୍ପତ୍ତି କ୍ରମେ ଆନ୍ଦୋଳନ ସ୍ଥଗିତ ହୋଇଛି। ଆଗାମୀ ୨୩ରେ ଅଙ୍ଗନଓ୍ଵାଡ଼ି କର୍ମୀମାନେ କାର୍ଯ୍ୟରେ ଯୋଗଦେବେ। ସେହିଭଳି ନଭେମ୍ବର ୧ରୁ ୭ ମଧ୍ୟରେ ବିଡ଼ିଓଙ୍କ ଜରିଆରରେ କେନ୍ଦ୍ରକୁ ଦାବି କରିବାକୁ ଆସୋସିଏସନ୍‌ ନିଷ୍ପତ୍ତି ନେଇଛି। ନଭେମ୍ବର ୧୭ରେ ଯନ୍ତରମନ୍ତରରେ କେନ୍ଦ୍ର ବିରୋଧରେ ଆନ୍ଦୋଳନ ହେବ ବୋଲି ସଂଗଠନ କହିଛି।

ସମ୍ବନ୍ଧିତ ଖବର