ଅନଗୁଳ: ନିମ ଗଛରେ ଧକ୍କା ଖାଇଲା କାର୍‌; ସ୍ତ୍ରୀ ମୃତ; ସ୍ୱାମୀ ଗୁରତର ଆହତ

ଅନଗୁଳ: ଶନିବାର ମଧ୍ୟାହ୍ନ ସମୟରେ ଅନଗୁଳ ସହର ଉପକଣ୍ଠ ଛେଳିଆପଦା ଗାଁ’ ନିକଟରେ ଗୋଟାଏ ନିମ ଗଛରେ ଏକ କାର୍‌ ଧକ୍କା ଖାଇବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ଓ ତାଙ୍କ ସ୍ୱାମୀ ଆହତ ହୋଇଛନ୍ତି।

ଦମ୍ପତିଙ୍କ ଘର ନାଲ୍‌କୋନଗର ଥାନା ଅନ୍ତର୍ଗତ କାଣ୍ଡେଶ୍ୱର ଗାଁ’ ବୋଲି ଜଣାପଡ଼ିଥିଲେ ମଧ୍ୟ ହଠାତ୍‌ ସେମାନଙ୍କର ପରିଚୟ ମିଳି ପାରି ନାହିଁ।
ସ୍ୱାମୀ ଗାଡ଼ି ଚଳାଉଥିଲେ ଏବଂ ସ୍ତ୍ରୀ ତାଙ୍କ ପାଖ ସିଟ୍‌ରେ ବସିଥିଲେ। ସେମାନେ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଗାଡ଼ି ଚଳାଉଥିବା ସମୟରେ ଛେଳିଆପଡ଼ା ଛକରେ ରାସ୍ତା ପାର୍ଶ୍ୱସ୍ଥ ଗୋଟାଏ ନିମଗଛରେ କୌଣସି କାରଣରୁ କାର୍‌ଟି ଖୁବ୍‌ ଜୋର୍‌ରେ ଧକ୍କା ଖାଇଥିଲା।

କାର୍‌ର ସାମ୍‌ନା ଭାଙ୍ଗିରୁଜି ଯିବାରୁ ସାମ୍‌ନା ସିଟ୍‌ରେ ବସିଥିବା ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଗାଡ଼ି ଚଳାଉଥିବା ସ୍ୱାମୀ ମଧ୍ୟ ଗରୁତର ଆହତ ହୋଇଥିଲେ। ତାଙ୍କର ଦୁଇ ଗୋଡ଼ ଭାଙ୍ଗି ଯାଇଥିବା ଆଶଙ୍କା କରାଯାଉଛି।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତାହତଙ୍କୁ ଭଙ୍ଗା ଗାଡ଼ି ମଧ୍ୟରୁ ଉଦ୍ଧାର କରିଛି। ଚିକିତ୍ସା ଲାଗି ଆହତ ସ୍ୱାମୀଙ୍କୁ ଅନଗୁଳ ସରକାରୀ ଡାକ୍ତରଖାନାକୁ ନିଆଯାଇଛି।

ସମ୍ବନ୍ଧିତ ଖବର