ଅନୁଗୁଳ ରାଜ୍ୟର ସବୁଠାରୁ ଥଣ୍ଡା ସହର, ୧୦ ଡିଗ୍ରି ତଳେ ରହିଛି ୧୪ଟି ସହରର ତାପମାତ୍ରା

ଭୁବନେଶ୍ୱର: ଆଜି ବି ସାରା ରାଜ୍ୟରେ ଅସହ୍ୟ ଶୀତ ଅନୁଭୂତ ହେଉଥିବା ଜଣାଯାଇଛି। ଗତକାଲି ଭଳି ଆଜି ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। କୋହଲା ପବନ ସାଙ୍ଗକୁ ଘନ କୁହୁଡ଼ି ଓ ଅସମ୍ଭାଳ ଶୀତରେ ଦେହ ହାତ କାଲୁଆ ହୋଇଯାଇଛି। ପ୍ରବଳ ଜାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ଜଣାଯାଇଛି । ଆଜି ଅନୁଗୁଳ ରାଜ୍ୟର ସବୁଠାରୁ ଥଣ୍ଡା ସହର ବିବେଚିତ ହୋଇଛି। ସକାଳ ସାଢ଼େ ୮ଟା ବେଳକୁ ଏଠାକାର ସର୍ବନିମ୍ନ ତାପମାତ୍ରା ଥିଲା ୫ ଡିଗ୍ରି ସେଲସିଅସ୍।

ଆଜି ରାଜ୍ୟର ୧୪ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳେ ସାଢ଼େ ୮ଟା ବେଳକୁ ଅନୁଗୁଳରେ ତାପମାତ୍ରା ୫ ଡିଗ୍ରି ସେଲସି୍ଅସ୍, ସୋନପୁରରେ ୫.୬ ଡିଗ୍ରି ସେଲସି୍ଅସ୍, କନ୍ଧମାଳରେ ୬.୮ ଡିଗ୍ରି ସେଲସି୍ଅସ୍, ଟିଟିଲାଗଡ଼ରେ ୮ ଡିଗ୍ରି ସେଲସି୍ଅସ୍, ଦାରିଙ୍ଗବାଡିରେ ୬ ଡିଗ୍ରି ସେଲସି୍ଅସ୍, କେନ୍ଦୁଝରରେ ୬.୨ ଡିଗ୍ରି ସେଲସି୍ଅସ୍, ତାଳଚେରରେ ୮ ଡିଗ୍ରି ସେଲସି୍ଅସ୍, ସମ୍ବଲପୁରରେ ୮.୬ ଡିଗ୍ରି ସେଲସି୍ଅସ୍, ସୁନ୍ଦରଗଡରେ ୯ ଡିଗ୍ରି ସେଲସି୍ଅସ୍ , ହୀରାକୁଦରେ ୯.୬ ଡିଗ୍ରି ସେଲସି୍ଅସ୍ , କଟକରେ ୯ ଡିଗ୍ରି ସେଲସି୍ଅସ୍ ଓ ରାଜଧାନୀ ଭୁବନେଶ୍ୱରରେ ୯.୮ ଡିଗ୍ରି ସେଲସି୍ଅସ୍ ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।


ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ଯେ ଆଉ ଗୋଟିଏ ଦିନ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହେବ। ତେବେ ଆଗାମୀକାଲିଠାରୁ ବର୍ଷା ଆରମ୍ଭ ହେଉଥିବାରୁ ଶୀତର ପ୍ରଭାବ କମିଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର