ଅନୁଗୁଳ: ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ନୂଆକ୍ଷେତା ଜଙ୍ଗଲରେ ହାତୀ ଆକ୍ରମଣର ଶିକାର ହୋଇ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।
ମୃତ ବ୍ୟକ୍ତିଙ୍କ ନାମ ରମେଶ ସାହୁ ଓ ତାଙ୍କର ବୟସ ୪୫ ବର୍ଷ।
Sambad is now on WhatsApp
Join and get latest news updates delivered to you via WhatsApp
ଶନିବାର ସକାଳେ ରମେଶ ଛତୁ ତୋଳିବାକୁ ବଣକୁ ଯାଇ ନିରୁଦ୍ଦେଶ ହୋଇ ଯାଇଥିଲେ। ସନ୍ଧ୍ୟା ଯାଏଁ ସେ ଘରକୁ ନ ଫେରିବା କାରଣରୁ ପରିବାର ଲୋକେ ବନ୍ତଳା ଥାନାରେ ନିରୁଦ୍ଧିଷ୍ଟ ରିପୋର୍ଟ ଦେଇଥିଲେ।
ରବିବାର ଅର୍ଥାତ୍ ଆଜି ସକାଳେ ଗ୍ରାମବାସୀମାନେ ତାଙ୍କୁ ଖୋଜାଖୋଜି କରିବାକୁ ଜଙ୍ଗଲକୁ ଯାଇ ୫ ନମ୍ବର କମ୍ପାଟ୍ମେଣ୍ଟ୍ରେ ତାଙ୍କ ଶବ ଦେଖିଥିଲେ। ହାତୀ ହାବୁଡ଼ରେ ପଡ଼ି ରମେଶ ପ୍ରାଣ ହରାଇଛନ୍ତି ବୋଲି ଗ୍ରାମବାସୀ କହୁଛନ୍ତି।
ବନ୍ତଳା ପୁଲିସ ଓ ବନବିଭାଗକୁ ଏ ସଂକ୍ରାନ୍ତରେ ଖବର ଦିଆଯାଇଛି।