ବନ୍ତଳା: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗ୍ରାମରେ ଘଟିଥିବା ବିଷାକ୍ତ ମଦ ମୃତ୍ୟୁ ମାମଲାରେ ଗଡ଼ିଛି ଚତୁର୍ଥ ମୁଣ୍ଡ। ଗତ କାଲି ପର୍ଯ୍ୟନ୍ତ ଏ ଘଟଣାରେ ୩ ଜଣଙ୍କର ମୃତ୍ୟୁହୋଇଥିବାବେଳେ ଆଜି ଆଉଜଣକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ମୃତକ ହେଉଛନ୍ତି ଉକ୍ତ ଗ୍ରାମର ପ୍ରମୋଦ ସାହୁ(୪୪) । ସେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତେବେ ଚିନ୍ତାଜନକ ବିଷୟ ହେଉଛି ଏହି ବିଷାକ୍ତ ମଦ ପିଇଥିବା ଆହୁରି ତିନିଜଣ ଲୋକ ଗୁରୁତର ଅଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଏହି ଶ୍ରମିକ ଏବଂ ମିସ୍ତ୍ରୀମାନେ ସ୍ଥାନୀୟ ଅଞ୍ଚଳରେ ଏକ ଘରର ଛାତ ପକାଇବା କାମରେ ନିୟୋଜିତ ଥିଲେ । ମୃତ ପ୍ରମୋଦ ଭୋଜି ରାନ୍ଧିବା ପାଇଁ ସେଠାକୁ ଯାଇଥିଲା । ଏହି ଛାତ କାମ ଜଣେ ଠିକାଦାର ନେଇଥିଲା । ସେ ହିଁ କୁଆଡେ ଶ୍ରମିକ, ରାଜ ମିସ୍ତ୍ରୀ ଏବଂ ରୋଷେୟାକୁ ରନ୍ଧା ମହୁଲି ମଦ ଦେଇଥିଲା ବୋଲି ଗାଁ ଲୋକେ ପ୍ରକାଶ କରିଛନ୍ତି । ଠିକାଦାର ହିଁ ଏକ ଜଙ୍ଗଲରେ ମଦ ରାନ୍ଧୁ ଥିବା କଥା ପଦାକୁ ଆସିଛି । ତେବେ ଏ ଠିକାଦାର କିଏ ଓ କେଉଁଠି ମହୁଲି ରାନ୍ଧୁଥିଲେ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଆଲୋଚନା ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Anugul-beer-death-27_Thumb-2.jpg)