ଅନୁଗୁଳ: ପୋଖରୀରେ ବୁଡ଼ି ଜଣେ ମୃତ; ଜଣେ ଅସୁସ୍ଥ

ଅନୁଗୁଳ: ରବିବାର ପୂର୍ବାହ୍ନରେ ତାଳଚେର ଥାନା ଅନ୍ତର୍ଗତ କଣ୍ଢାଳ ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯିବାରୁ ଜଣେ ଝିଅର ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଅସୁସ୍ଥ ହୋଇପଡ଼ିଛି।

ମୃତ ଝିଅର ନାମ ପାୟଲ୍‌ ସାହୁ। ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଝିଅର ନାମ ନନ୍ଦିନୀ ସାହୁ।

ସେ ଦୁହେଁ ବଡ଼ବାପା ଓ ଦାଦି ଝିଅ ଭଉଣୀ।

ନେଉଳ ସାହୁଙ୍କ ୯ ବର୍ଷୀୟ ନନ୍ଦିନୀ ଏବଂ ଚିନ୍ତାମଣି ସାହୁଙ୍କ ୧୦ ବର୍ଷୀୟ ଝିଅ ପାୟଲ୍‌ ଗାଧୋଇବା ପାଇଁ ସାଥିହୋଇ ଗାଁ ପୋଖରୀକୁ ଯାଇଥିଲେ। ଗାଧୋଇବା ବେଳେ କୌଣସି କାରଣରୁ ସେମାନେ ବୁଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ତାଳଚେର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଦୁହିଁଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମଶଃ ଜଟିଳ ହେବାରୁ ଉନ୍ନତ୍ତ ଚିକିତ୍ସା ନିମନ୍ତେ ସେମାନଙ୍କୁ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।

ମୁଖ୍ୟ ଚିକିତ୍ସାଳୟ ଡାକ୍ତରମାନେ ପାୟଲ୍‌ ମୃତ ବୋଲି ଘୋଷଣା କରିଥିଲେ। ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡ଼ିଥିବା ନନ୍ଦିନୀର ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର