ଭୁବନେଶ୍ୱର ପରେ ଅନୁଗୁଳ ଭାଙ୍ଗିଲା ୧୦ ବର୍ଷର ରେକର୍ଡ, ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ଭୁବନେଶ୍ୱର ପରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଅନୁଗୁଳ ସହର । ଆଜି ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଅନୁଗୁଳ । କାରଣ ଅନୁଗୁଳର ତାପମାତ୍ରା ଆଜି ୪୦.୧ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛି । ତେବେ ଲଗାତାର ତିନିଦିନ ଧରି ଉତ୍ତପ୍ତ ସହର ଭାବେ ଭୁବନେଶ୍ୱର ରହୁଥିବାବେଳେ ଆଜି ରାଜ୍ୟର ଉତ୍ତପ୍ତ ସହର ଭାବେ ଦ୍ୱିତୀୟ ସ୍ଥାନରେ ଅଛି । ଆଉ ଭୁବନେଶ୍ୱରର ତାପମାତ୍ରା ଆଜିର ଦିନରେ ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛି ।

 

ସେହିପରି ଉତ୍ତପ୍ତ ସହର ତାଲିକାରେ ଯୋଡ଼ି ହୋଇଛି ଆଉ ଏକ ସହର ବୌଦ୍ଧ । ଭୁବନେଶ୍ୱରର ଭଳି ବୌଦ୍ଧର ତାପମାତ୍ରା ଆଜିର ଦିନରେ ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଫେବ୍ରୁଆରି ମାସ ଶେଷ ସପ୍ତାହରୁ ପ୍ରବଳ ଖରା ହୋଇଛି। ତେଣୁ ଏପ୍ରିଲ-ମେ’ ମାସ ବେଳକୁ ତାପମାତ୍ରା ପୂର୍ବବର୍ଷ ଗୁଡ଼ିକର ତୁଳନାରେ ଅଧିକ ହେବାର ଆଶଙ୍କା ଦେଖାଯାଉଛି।

ସମ୍ବନ୍ଧିତ ଖବର