ଅନଗୁଳ: ଶୁକ୍ରବାର ସକାଳ ପ୍ରାୟ ୯ଟା ବେଳେ ସ୍ଥାନୀୟ ହନୁମାନ ବଜାର ଛକରେ ଗୋଟାଏ ଦଶଚକିଆ ଟ୍ରକ୍ ଓ ସ୍କୁଟର୍ ମଧ୍ୟରେ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି।
ମୃତ ବ୍ୟକ୍ତିଜଣକ ହେଉଛନ୍ତି ସ୍କୁଟର୍ ଚାଳକ ୭୫ ବର୍ଷିୟ ଗୋପବନ୍ଧୁ ଆଚାର୍ଯ୍ୟ। ଆଚାର୍ଯ୍ୟ ହନୁମାନ ବଜାରରୁ ତାଙ୍କ ଘର ଅମଲାପଡ଼ାକୁ ଫେରୁଥିବା ବେଳେ ହନୁମାନ ଛକ ଠାରେ ପଛପଟୁ ଆସୁଥିବା ଗୋଟାଏ ୧୦ ଚକିଆ ଟ୍ରକ୍ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ହିଁ ଆଚାର୍ଯ୍ୟଙ୍କ ମୃତ୍ୟୁ ଘଟିଥିଲା।
ଅନଗୁଳ ଥାନା ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।