ଅନଗୁଳ: ଗୁରୁବାର ରାତିରେ ଅନଗୁଳ ସହର ଠାରୁ ସାତ କି. ମି. ଦୂରବର୍ତ୍ତୀ ରନ୍ତଳେଇର ଯାଯାବର ବସ୍ତିରେ ବଜ୍ରପାତ ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୃତ ଲୋକମାନେ ହେଲେ ୪୫ ବର୍ଷୀୟ ଭଇନା ବାଲନାଥ ଓ ତାଙ୍କ ୧୩ ବର୍ଷିୟ ପୁଅ ନନ୍ଦୁ। ସେମାନଙ୍କ ଘର ମହାରଷ୍ଟ୍ର ରାଜ୍ୟରେ। ଗତ ରାତିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା।
ଉଭୟ ମାଆ ଓ ପୁଅ ଶୋଇଥିବା ତମ୍ବୁ ଉପରେ ଚଡ଼କ ପଡ଼ିବାରୁ ସେମାନଙ୍କର ମୃତ୍ୟୁ ଘଟିଥିବା କଥା ଆଜି ସକାଳେ ଜଣାପଡ଼ିଛି।
ଯାଯାବର ସମ୍ପ୍ରଦାୟର ଏହି ଲୋକମାନେ ମହାରାଷ୍ଟ୍ର ଅଞ୍ଚଳରୁ ଓଡ଼ିଶାକୁ ଆସି ପ୍ରାୟ ସାତ ମାସକାଳ ରହି ଚେରମୂଳୀ ଔଷଧ ଓ ଝୁଲଣା ଆଦି ବିକ୍ରୟ କରନ୍ତି।