ଅନୁଗୁଳ: ରବିବାର ସକାଳ ୧୦ଟା ବେଳେ ଡେରଜଙ୍ଗ ପ୍ରୋଜେକ୍ଟ୍ ନିକଟରେ ଏକ ସିମେଣ୍ଟ୍ ନନ୍ଦ ବୋଝେଇ ଟାଟା ଏସ୍ ମିନି ଟ୍ରକ୍ରେ ଯାଉଥିବା ଦୁଇ ଜଣ ବ୍ୟକ୍ତି ଚାପି ହୋଇ ମରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୃତ ବ୍ୟକ୍ତି ଦ୍ୱୟ ହେଲେ ଅନୁଗୁଳ ଥାନା ଅନ୍ତର୍ଗତ କୁଶାସିଙ୍ଗା ଗ୍ରାମର ପ୍ରଦୀପ ରାଉଳ ଏବଂ ପ୍ରାଣବନ୍ଧୁ ଖିଲାରି। ଉଭୟ ବଡ଼କେରାରୁ ମିନି ଟ୍ରକ୍ରେ ସିମେଣ୍ଟ୍ ନନ୍ଦ ବୋଝେଇ କରି କୁଶାସିଙ୍ଗାକୁ ନେଉଥିଲେ।
ଗାଡ଼ି ଧକଡ଼ଚକଡ଼ ହୋଇ ରସ୍ତାରେ ଚାଲିଥିବା ବେଳେ ଉଭୟ ସିମେଣ୍ଟ୍ ନନ୍ଦ ଭିତରେ ଚାପି ହୋଇ ବଡ଼ ପାଟିରେ ଚିତ୍କାର କରିଥିଲେ। ଡ୍ରାଇଭର୍ ଗାଡ଼ି ଅଟକାଇ ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ନନ୍ଦ ଚାପରୁ ବାହାର କରିଲାବେଳକୁ ଘଟଣାସ୍ଥଳରେ ପ୍ରଦୀପଙ୍କର ମୃତ୍ୟୁ ହୋଇ ସାରିଥିଲା।
ଗୁରୁତର ଅବସ୍ଥାରେ ପ୍ରାଣବନ୍ଧୁଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ପରେ ପରେ କଟକ ବଡ଼ ଡାକ୍ତରଖାନାକୁ ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି।