ବର୍ଷାଙ୍କୁ ଅନୁଭବଙ୍କ ନିବେଦନ: ମୋ ବାପା ଗୁରୁତର; ଡେରି ନକରି ବିବାହ ବିଚ୍ଛେଦ ତୁଟାଇ ଦିଅ

କଟକ: ‘ମୋ ବାପା ଆଇସିୟୁରେ ଅଛନ୍ତି। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଅଛି। ମୁଁ ତୁମକୁ ହାତ ଯୋଡ଼ି ଅନୁରୋଧ କରୁଛି, ଡେରି ନକରି ବୁଝାମଣା ଭିତରେ ଦୟାକରି ବିବାହ ବିଚ୍ଛେଦ କରାଇଦିଅ। ଟୁଇଟ୍‌ ଯୋଗେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ତାଙ୍କ ସ୍ବାମୀ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଏଭଳି ଆବେଗ ଭରା ନିବେଦନ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଅନୁଭବ ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ‘ବାପା-ମା ସବୁବେଳେ ସନ୍ତାନଙ୍କ ସୁଖ ଚାହାନ୍ତି। ଆମେ ଜାଣିଛେ, କିଏ ଠିକ ଆଉ କିଏ ଭୁଲ। ଦୟାକରି ସବୁ କିଛି ଶେଷ ହୋଇଯିବା ପୂର୍ବରୁ ମୋ ବାପା-ମାଙ୍କୁ ଶାନ୍ତିରେ ଶ୍ବାସ ନେବାକୁ ଦିଅ। ମହାପ୍ରଭୁ ତୁମଙ୍କୁ ଆଶୀର୍ବାଦ କରିବେ। ଅନୁଭବ ଏଭଳି ଟୁଇଟ୍ କରିଥିବା ବେଳେ ଏହା ଉପରେ ବର୍ଷା କଣ ଉତ୍ତର ରଖୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସୂଚନାଯୋଗ୍ୟ ଯେ ୨୦୨୦ରୁ ଅନୁଭବ ଓ ବର୍ଷାଙ୍କ ବିବାଦ ଅଦାଲତରେ ଗଡି ଆସୁଛି। ପ୍ରଥମେ ଦିଲ୍ଲୀର ପତିଆଲା ଅଦାଲତରେ ଏହି ମାମଲା ଦାୟର ହୋଇଥିବା ବେଳେ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଏହା କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇଥିଲା। ୨୦୨୧ରୁ ଦୁଇ ଜଣଙ୍କ ବିବାହ ବିଚ୍ଛେଦ ମାମଲାର ବିଚାର କଟକ ପରିବାର ଅଦାଲତରେ ଚାଲିଛି।

ସମ୍ବନ୍ଧିତ ଖବର