ଭୁବନେଶ୍ବର : ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟ ବିଭାଗ ଅଧୀନ ‘ଆନିମଲ୍ ୱେଲଫେୟାର ବୋର୍ଡ ଅଫ୍ ଇଣ୍ତିଆ’ ତଥା ଭାରତୀୟ ପଶୁ କଲ୍ୟାଣ ବୋର୍ଡ (ଏଡବ୍ଲୁବିଆଇ)ର ଅବୈତନିକ ଓଡ଼ିଶା ରାଜ୍ୟ କଲ୍ୟାଣ ଅଧିକାରୀ ଭାବେ ମନୋନୀତ ହୋଇଛନ୍ତି ଗବେଷକ ଅନିଲ୍ ଧିର୍। ନୂଆ କରି ଗଢ଼ା ଯାଇଥିବା ଏହି ବୋର୍ଡରେ ୩ଜଣ ରାଜ୍ୟ କଲ୍ୟାଣ ଅଧିକାରୀ ଓ ୩୦ ଜିଲ୍ଲା କଲ୍ୟାଣ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଜୀବଜନ୍ତୁଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ସ˚କ୍ରାନ୍ତୀୟ ପ୍ରଚାର ପ୍ରସାର ସହ ସେମାନଙ୍କ କଲ୍ୟାଣ ପାଇଁ ଏହି ବୋର୍ଡ ପ୍ରମୁଖ ଗ୍ରହଣ କରିଥିବା ବେଳେ ଓଡ଼ିଶାରେ ଶ୍ରୀ ଧିର୍ ଏହି ଦାୟିତ୍ବ ନେଇଛନ୍ତି।ହରିୟାଣାର ବଲ୍ଲଭଗଡ଼ସ୍ଥିତ ଜାତୀୟ ପଶୁ କଲ୍ୟାଣ ପ୍ରତିଷ୍ଠାନ ପରିସରରେ ଆୟୋଜିତ ଏକ ସମ୍ମିଳନୀରେ ମନୋନୀତ ଧିର୍ଙ୍କ ସମେତ ଅନ୍ୟ ମନୋନୀତ ବ୍ୟକ୍ତିଙ୍କୁ ଏକ ସପ୍ତାହ ଧରି ତାଲିମ୍ ଦିଆଯିବା ସହ ମନୋନୟନ ପତ୍ର ଦିଆଯାଇଥିଲା। ଏଡବ୍ଲୁବିଆଇର ଅଧୢକ୍ଷ ଏସ୍ପି ଗୁପ୍ତା ଏହି ପତ୍ର ପ୍ରଦାନ କରିଥିଲେ। ଶ୍ରୀ ଧିର୍ ଏହି ଦାୟିତ୍ବ ପାଇବା ପରେ କହିଛନ୍ତି ଯେ ରାଜ୍ୟ କ୍ଷେତ୍ରରେ ପଶୁମାନଙ୍କ କଲ୍ୟାଣ ପାଇଁ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ।
ଅନିଲ୍ ଧିର୍ ଭାରତୀୟ ପଶୁ କଲ୍ୟାଣ ବୋର୍ଡର ରାଜ୍ୟ ଅଧିକାରୀ ମନୋନୀତ
/sambad/media/post_attachments/wp-content/uploads/2018/10/anil-dhir-pashu-kalyan-adhikari.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)