୧୫୫ କୋଟିର ଏଚ୍‌ଟିଏଲ୍‌ ଉଦ୍‌ଘାଟିତ

ରାଉରକେଲାରେ ସେଲ୍ ଅଧ୍ୟକ୍ଷ

ରାଉରକେଲା : ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ସେଲ୍) ଅଧ୍ୟକ୍ଷ ଅନିଲ ଚୌଧୁରୀ ଦୁଇଦିନିଆ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍‌ପି) ଗସ୍ତରେ ଆସି ଆଜି ରାଉରକେଲାରେ ପହଞ୍ଚିଛନ୍ତି। ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ରାଉରକେଲା ଗସ୍ତ। ରାଉରକେଲା ବିମାନ ବନ୍ଦରଠାରେ ଆର୍‌ଏସ୍‌ପି ସିଇଓ ଅଶ୍ବିନୀ କୁମାର ଓ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ସେଲ୍ ଅଧ୍ୟକ୍ଷ ଶ୍ରୀ ଚୌଧୁରୀ ପ୍ରଥମେ ଆର୍୍‌ଏସ୍‌ପିରେ ନୂତନ ରୂପେ ପୁନଃ ନିର୍ମିତ ବ୍ଲାଷ୍ଟ ଫର୍ଣ୍ଣେସ୍-୧ ପରିଦର୍ଶନ କରିଥିଲେ। ସେଠାରୁ ସେ ସ୍ପେଶାଲ ପ୍ଲେଟ୍ ପ୍ଲାଣ୍ଟକୁ ଯାଇ ଅତିରିକ୍ତ ହିଟ୍ ଟ୍ରିଟମେଣ୍ଟ ଲାଇନର ଉଦ୍‌ଘାଟନ କରିଥିଲେ। ମୋଟ ୧୫୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ସୁୁବିଧା ଏସ୍‌ପିପିର ‘ହିିଟ୍ ଟ୍ରିଟ୍‌ମେଣ୍ଟ’ ବ୍ୟବସ୍ଥାରେ ଉନ୍ନତି ଆଣିବ ଏବଂ ବିଭିନ୍ନ ପରିମାପର ଆବଶ୍ୟକତା ମୁତାବକ ପ୍ରତିରକ୍ଷା ଗ୍ରେଡ ସ୍ବତନ୍ତ୍ର ଷ୍ଟିଲ୍ ଚାହିଦା ପୁରଣରେ କାରଖାନାକୁ ସହାୟତା କରିବ। ସେଲ୍ ଅଧ୍ୟକ୍ଷଙ୍କ ସହିତ ଆସିଥିବା ସେଲ୍ କାର୍ମିକ ବିଭାଗର ନିର୍ଦେଶକ ଅତୁଲ ଶ୍ରୀବାସ୍ତବ, ବୈଷୟିକ ବିଭାଗର ନିର୍ଦେଶକ ହରିନନ୍ଦ ରାୟ ଏବଂ ସେଲ୍‌ର ଅନ୍ୟ ବରିଷ୍ଠ ଅଧିକାରୀମାନେ ନୂତନ ହଟ୍ ଷ୍ଟ୍ରିପ୍ ମିଲ୍ ପ୍ରକଳ୍ପ ଅଞ୍ଚଳ ଓ ନୂତନ ପ୍ଲେଟ୍ ମିଲ୍ ଯାଇଥିଲେ। ନୂତନ ପ୍ଲେଟ୍ ମିଲ୍ ସମ୍ମୁଖ ଉଦ୍ୟାନରେ ସେଲ୍ ଅଧ୍ୟକ୍ଷ ଚାରା ରୋପଣ କରିଥିଲେ। ଅପରାହ୍‌ଣରେ ସେଲ୍ ଅଧ୍ୟକ୍ଷ ଗୋପବନ୍ଧୁ ପ୍ରେକ୍ଷାଳୟରେ ୫ଶହ କର୍ମଚାରୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ପରେ ସେ ସିଇଓଙ୍କ ସମ୍ମିଳନୀ କକ୍ଷଠାରେ କାରଖାନା ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ବୈଠକରେ ସାମିଲ ହୋଇଥିଲେ।

ସେଲ୍ ଅଧ୍ୟକ୍ଷ ଆଜି ରାତିରେ ରାଉରକେଲା ହାଉସ୍‌ରେ ରାତ୍ରିଯାପନ କରିବେ। ଆସନ୍ତାକାଲି ପୂର୍ବାହ୍ନ ୯ଟା ୧୫ରୁ ୧୧ଟା ପର୍ଯ୍ୟନ୍ତ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧିମାନଙ୍କୁ ସାକ୍ଷାତ କରିବେ। ମଧ୍ୟାହ୍ନ ୧୨ଟାରେ ସେ ଆଇଜିଏଚ୍‌ ପରିଦର୍ଶନରେ ଯିବେ। ଅପରାହ୍‌ଣ ସାଢେ ‌େଗାଟାଏ ବେଳେ ସେ ବିମାନ ଯୋଗେ ଭୁବନେଶ୍ବର ଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର