ପ୍ରାଣୀ ସମ୍ପଦ ବିଭାଗରେ ଅଧିକାରୀଙ୍କୁ ଭାଇ ଡାକିବା ମନା

ଭୁବନେଶ୍ବର : ପ୍ରାଣୀ ସମ୍ପଦ ବିଭାଗରେ ବରିଷ୍ଠ ଅଧିକାରୀମାନଙ୍କୁ କନିଷ୍ଠ ଅଧିକାରୀମାନେ ଭାଇ ଡାକି ପାରିବେ ନାହିଁ। ଏହା ସରକାରୀ ସର୍ଭିସ ରୁଲର ଉଲ୍ଲଂଘନ। ଏଭଳି ମର୍ମରେ ଏକ କଡ଼ା ଚିଠି ଲେଖିଛନ୍ତି ପ୍ରାଣୀ ସମ୍ପଦ ବିଭାଗ ନିର୍ଦେଶକ ରତ୍ନାକର ରାଉତ।

ଚିଠିରେ ଲେଖା ରହିଛି କି, ଟେକ୍‌ନିକାଲ ଅଫିସରମାନେ ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ଏଡିଭିଓ ଏବଂ ସିଡିଭିଓମାନଙ୍କୁ ଭାଇ ଡାକୁଛନ୍ତି। ଯାହା ସରକାରୀ ପଦ ମର୍ଯ୍ୟଦାକୁ କ୍ଷୁର୍ଣ୍ଣ କରୁଛି। ତେଣୁ ସେମାନେ ଯେତେ ସମ୍ପକୀର୍ୟ ହୋଇଥିଲେ ମଧ୍ୟ ଅଫିସ ସମୟ ଓ କାର୍ଯ୍ୟାଳୟ ପରିସରରେ କନିଷ୍ଠ ଅଫିସରମାନେ ବରିଷ୍ଠମାନଙ୍କୁ ଭାଇ ଡାକି ପାରିବେ ନାହିଁ। ପ୍ରାଣୀ ସମ୍ପଦ ବିଭାଗ ନିର୍ଦେଶକଙ୍କ ଏଭଳି ଚିଠି ଏବେ ଚର୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର