ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିବ ବୋଲି ଜଣାଯାଇଛି। ଗତ ୧୮ ତାରିଖ ଦିନ ଅନିମେଶ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା। ସିଟି ଡିଏସ୍‌ପି କେକେ ହରିପ୍ରସାଦଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଅନିମେଶଙ୍କୁ ଗିରଫ କରାଯାଇଥିଲା। ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଇ ଶ୍ରୀମନ୍ଦିର ଭିତରବେଢ଼ାର ଫଟୋ ଭିଡ଼ିଓ ଅନିମେଶ ନିଜ ୟୁନିଫାଏଡ୍‌ ଅନିମେଶ ନାଁରେ ଏକ ୟୁ-ଟ୍ୟୁବ ଚ୍ୟାନେଲ୍‌ରେ ଗତ ନଭେମ୍ବର ୧୯ ତାରିଖରେ ଅପଲୋଡ୍‌ କରିଥିଲେ। ଏପରିକି ଭିଡ଼ିଓର ଗୋଟିଏ ଫୁଟେଜ ନେଇ ୨୦ ହଜାର ଟଙ୍କା ଦାବି କରିଥିଲେ। ପରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଘଟଣାର ତଦନ୍ତ ଆରମ୍ଭ କରିଥିଲା

Advertisment

ଏହି ଘଟଣାରେ ସିଂହଦ୍ବାର ଥାନାରେ ଏନେଇ ଏତଲା ଦିଆଯିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଏତଲା ପରେ ଅନିମେଶ ଚାରିକୋଟି ଜନତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ଆଗୁଆ ଜାମିନ ପାଇ ହାଇ‌‌କୋର୍ଟର ଦ୍ବାରସ୍ଥ ହୋଇଥିଲେ ଅନିମେଶ। ପରେ ଜାନୁଆରୀ ୭, ୨୦୨୩ରେ ଅନିମେଶ ଚକ୍ରବର୍ତ୍ତୀଙ୍କ ଆଗୁଆ ଜାମିନ ହାଇକୋର୍ଟ ଖାରଜ କରିଥିଲେ।

ସୂଚନାଯୋଗ୍ୟ, କୋଲକାତାର ଅନିମେଶ ଚକ୍ରବର୍ତ୍ତୀ ଗତ ତିନି ମାସ ତଳେ ପୁରୀ ଆସିଥିବାବେଳେ ନିଜ ୟୁ-ଟ୍ୟୁବ ଚ୍ୟାନେଲ ପାଇ ଶ୍ରୀମନ୍ଦିର ଭିତରବେଢ଼ାର ଭିଡ଼ିଓ ଓ ଫଟୋ ଉତ୍ତୋଳନ କରିଥିଲେ। ଗତ ୨୦୨୨ ଡ଼ିସେମ୍ବରରେ ପୁରୀ ଶ୍ରୀମନ୍ଦିର ଭିତବେଢ଼ାର ଡ଼୍ରୋନ୍‌ ଫଟୋ ଓ ଭିଡ଼ିଓ ବେଶ ଭାଇରାଲ ହୋଇଥିଲା। ଯେଉଁଥିରେ ନୀଳଚକ୍ର, ଅଁଳାବେଢ଼ା ଉପର ଚିତ୍ର, ଶ୍ରୀମନ୍ଦିର ଭିତର ବେଢ଼ାର ଟିକିନିଖି ଚିତ୍ର ବି ସ୍ପଷ୍ଟ ଦୃଶ୍ୟମାନ ହୋଇଥିଲା। ତେବେ ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଇ ଉତ୍ତୋଳନ କରିଥିଲେ  ଅନିମେଶ। ଏପରିକି ଭିଡିଓ ଓ ଫଟୋ ପାଇ ଅନିମେଶ ଓଡ଼ିଶା ପୁଲିସକୁ କୃତଜ୍ଞତା ଜଣାଇଥିଲେ। ଭିଡିଓ ଉତ୍ତୋଳନ ପରେ ଏହାର ଗୋଟିଏ ଫୁଟେଜ୍‌ ପାଇଁ ସମ୍ପୃକ୍ତ ଯୁବକ ୨୦ହଜାର ଟଙ୍କା ଦାବି କରିଥିଲେ। ପରେ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ଓ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଅଭ‌ିଯୋଗ ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସିଂହଦ୍ବାର ଥାନାରେ ଏତଲା ହେବା ପରେ ଚାରି କୋଟି ଜନତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ଅନ‌ିମେଶ। ଏହାସହ ଆଗୁଆ ଜାମିନ ପାଇଁ ହାଇ‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସେ। ଅନିମେଶ ଚକ୍ରବର୍ତ୍ତୀଙ୍କ ଆଗୁଆ ଜାମିନ ହାଇକୋର୍ଟ ଖାରଜ କରିଥିଲେ। ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନିମେଶଙ୍କ ଆବେଦନର ଶୁଣାଣି କରି ନିର୍ଦ୍ଦେଶ ପ୍ରଦାନ କରଥିଲେ ହାଇ‌କୋର୍ଟ। ସରକାରଙ୍କ ତରଫରୁ ଏଏସସି ମନୋଜ କୁମାର ମହାନ୍ତି ମାମଲା ପରିଚାଳନା କରିଥିଲେ। ପରେ ଏହି ଘଟଣାରେ ଆଜି ସିଟି ଡିଏସ୍‌ପି କେକେ ହରିପ୍ରସାଦଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଅନିମେଶଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି।