ଅଇଁଠାପାଲ୍ଲୀ ଥାନା ଅଧିକାରୀ ନିଲମ୍ବିତ

କଟକ : ସମ୍ବଲପୁରର ଅଇଁଠାପାଲ୍ଲୀ ଥାନା ଅଧିକାରୀ ତଥା ଭାରପ୍ରାପ୍ତ ଡିଏସ୍‌ପି ଶ୍ରୀମନ୍ତ ବାରିକଙ୍କୁ ନିଲମ୍ବିତ କରାଯାଇଛି। ଥାନା ହାଜତରେ ଅବିନାଶ ମୁଣ୍ଡୁ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଏ ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବନ ସମୟରେ ସେ ଉତ୍ତରାଞ୍ଚଳ ଆଇଜିଙ୍କ ନିୟନ୍ତ୍ରଣରେ କାର୍ଯ୍ୟ କରିବେ ଏବଂ ସାଧାରଣ ଭାବେ ନ୍ୟାଯ୍ୟ ଭତ୍ତା ପାଇବେ ବୋଲି ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକଙ୍କ ଦ୍ୱାରା ବିଜ୍ଞପ୍ତିରେ ଦର୍ଶାଯାଇଛି।

ଅନ୍ୟପଟେ ଏହି ହାଜତ ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ରାଜ୍ୟ ପୁଲିସର ମାନବାଧିକାର ସୁରକ୍ଷା ସେଲ୍‌କୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ମାନବାଧିକାର ସୁରକ୍ଷା ସେଲ୍‌ ଏଡିଜି ମହେନ୍ଦ୍ର ପ୍ରତାପଙ୍କ ଦ୍ୱାରା ଗଠିତ ଏକ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସମ୍ବଲପୁର ଏସ୍‌ପି ମଧ୍ୟ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର