ସମ୍ବଲପୁର : ମୁଖ୍ୟମନ୍ତ୍ରୀ ଅନୁକମ୍ପା ରାଶି ନେବା ପାଇଁ ଅମଙ୍ଗ ଥିବା ଅଇଁଠାପାଲି ଥାନା ହାଜତରେ ମୃତ୍ୟୁ ହୋଇଥିବା ଅବିନାଶ ମୁଣ୍ଡାଙ୍କ ମା ଏସରାନୀ ମୁଣ୍ଡା ୫ ଲକ୍ଷ ଟଙ୍କାର ଚେକ ଗ୍ରହଣ କରିଛନ୍ତି। ଭାଲୁପାଲି ଅଧିବାସୀଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସଂଜୀବ ପୂଜାରୀ, ତହସିଲଦାର ଦେବେନ୍ଦ୍ର ନନ୍ଦ, ରେଡକ୍ରସ ସଚିବ ସିତାଂଶୁ ତ୍ରିପାଠୀ ଏହି ୫ ଲକ୍ଷ ଟଙ୍କା ଚେକ ଦେଇଥିଲେ। ଅବିନାଶ ମୃତ୍ୟୁରେ ଦାୟୀ ବ୍ୟକ୍ତିଙ୍କୁ ଗିରଫ, ତାଙ୍କ ପରିବାରର ଜଣଙ୍କୁ ନିଯୁକ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ଘର ପ୍ରଦାନ ଆଦି ଦାବି କରିଥିଲେ ସ୍ଥାନୀୟ ଅଧିବାସୀ। ଉପସ୍ଥିତ ଅଧିକାରୀ କହିଥିଲେ, ଦୁଇ ଶିଶୁ ନାବାଳକ ଥିବାରୁ ସେମାନଙ୍କୁ ଚାକିରି ଦେବା ସମ୍ଭବ ନୁହେଁ। ସେମାନଙ୍କ ପାଇଁ ସରକାରୀ ଜମି ତହସିଲଦାର ଦେବା ସହିତ ଘର ନିର୍ମାଣର ବ୍ୟବସ୍ଥା କରାଯିବ ବୋଲି କୁହାଯାଇ ଥିଲା।
ଅଇଁଠାପାଲି ହାଜତ ମୃତ୍ୟୁ: ସହାୟତା ରାଶି ଗ୍ରହଣ କଲେ ମା’
/sambad/media/post_attachments/wp-content/uploads/2018/02/anithapalli-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)