ସମ୍ବଲପୁର : ଅଇଁଠାପାଲି ଥାନା ହାଜତରେ ଅବିନାଶ ମୁଣ୍ଡାଙ୍କ ମୃତ୍ୟୁ ଘଟଣାର ଶବ ବ୍ୟବଚ୍ଛେଦ ରିପୋର୍ଟ ତଦନ୍ତକାରୀ ଟିମ୍ର ହସ୍ତଗତ ହୋଇଛି। ଅବିନାଶଙ୍କ ଶରୀରରେ କେତେକ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତେବେ ବେକରେ ଫାଶୀ(ଆଣ୍ଟିମୋଟର୍ମ ହ୍ୟାଗିଂଗ)ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ଏଥିରେ ଉଲ୍ଲେଖ ରହିଥିବା ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି। ଏନ୍ଏଚ୍ଆର୍ସିର ଗାଇଡ ଲାଇନ ଅନୁସାରେ ଏକ ଡାକ୍ତରୀ ଟିମ୍ ଶବର ବ୍ୟବଚ୍ଛେଦ କରିବା ସହ ରିପୋର୍ଟ ପ୍ରସ୍ତୁତ କରି ପୁଲିସ୍କୁ ପ୍ରଦାନ କରିଛନ୍ତି। ଏଚ୍ଆର୍ପିସି ମାମଲାର ତଦନ୍ତ କରୁଥିବାରୁ ବ୍ୟବଚ୍ଛେଦ ରିପୋର୍ଟ ସମାନଙ୍କୁ ହସ୍ତାନ୍ତର କରାଯାଇଥିବା କୁହାଯାଇଛି। ଏନ୍ଏଚ୍ଆର୍ସି ଫର୍ମାଟ ଅନୁଯାୟୀ ଏହି ବ୍ୟବଚ୍ଛେଦ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟ ୧୩ ପୃଷ୍ଠାର ହୋଇଥିବା କୁହାଯାଇଛି। ଅପରପକ୍ଷରେ ଅବିନାଶ ମୁଣ୍ଡାଙ୍କ ମୃତ୍ୟୁ ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ସିଭିଲ ଜଜ୍ ଜୁନିୟର ଡିଭିଜନ ତଥା ଜେଏମ୍ଏଫ୍ସି ଦିଗବିଜୟ ଦାଶଙ୍କୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ମାର୍ଚ ମାସ ଶେଷ ସୁଦ୍ଧା ଏହି ମାମଲାର ତଦନ୍ତ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି।
‘ବେକରେ ଫାଶୀ, ଶରୀରରେ କ୍ଷତ ଚିହ୍ନ’
ଆସିଲା ହାଜତ ମୃତ୍ୟୁର ବ୍ୟବଚ୍ଛେଦ ରିପୋର୍ଟ
/sambad/media/post_attachments/wp-content/uploads/2018/02/police-copy.jpg-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)