ବୀରମହାରାଜପୁର ଆଦର୍ଶ ଥାନାରେ ନୂତନ ଥାନା ଅଧିକାରୀ ଭାବରେ ଯୋଗଦାନ କଲେ ଅଞ୍ଜଳି କୁମ୍ଭାର

ଆଇନ୍ ଶୃଙ୍ଖଳା ଓ କୋଭିଡ୍ ପରିଚାଳନା ଉପରେ ଗୁରୁତ୍ବ ଆରୋପ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆଦର୍ଶ ଥାନା ଅଧିକାରୀ ଭାବରେ ସୋମବାର ଦିନ ଯୋଗଦାନ କରିଛନ୍ତି ଅଞ୍ଜଳି କୁମ୍ଭାର । ଶ୍ରୀମତି  କୁମ୍ଭାର ଏହା ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ବେଶ୍‌ ଦକ୍ଷତା ସହିତ କାର୍ଯ୍ୟ କରିଛନ୍ତି । ତାପୂର୍ବରୁ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟ କରିଛନ୍ତି ।

ଆଜି ବୀରମହାରାଜପୁର ଆଦି ଥାନା ଅଧିକାରୀ ଭାବରେ ଯୋଗଦାନ କରି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ପ୍ରାଥମିକ କାର୍ଯ୍ୟ ହେବ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ମହାମାରୀ କରୋନା ମୁକାବିଲା କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ବିଶେଷ ଭାବରେ ପୁଲିସ ଜନ ସାଧାରଣ ନିକଟତର ହୋଇ ସେବା ଯୋଗାଇ ଦେବା ପ୍ରାଥମିକ କାର୍ଯ୍ୟ ବୋଲି କହିଛନ୍ତି । ଏହା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଉପଖଣ୍ଡ ପୋଲିସ ଅଧିକାରୀ ପରାମର୍ଶକ୍ରମେ କାର୍ଯ୍ୟ କରି ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ପାଇଁ କାର୍ଯ୍ୟ କରିବି ବୋଲି କହିଛନ୍ତି । ୨୦୧୦ ବ୍ୟାଚ ସବ୍ ଇନ୍ସପେକ୍ଟର ଭାବରେ ପୋଲିସ ସେବରେ ଯୋଗଦାନ କରି ଇନିସ୍ପେଟର ଭାବରେ ପଦୋନ୍ନତି ପାଇବା ପରେ  ବୀରମହାରାଜପୁରରେ ଯୋଗଦାନ କରିଛନ୍ତି ।

ସମ୍ବନ୍ଧିତ ଖବର