ଏଏନଏମଙ୍କ ନାଁରେ ଠକେଇ ଅଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ୩ଜଣଙ୍କୁ ବାନ୍ଧିଲା କମିସନରେଟ୍ ପୁଲିସ 

ଭୁବନେଶ୍ବର: ରାଜଧାନୀରେ ଏଏନଏମ୍ ସ୍ୱାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନକୁ ନେଇ ଏକ ବଡ଼ ଖୁଲାସା କରିଛି କମିସନରେଟ୍ ପୁଲିସ। ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ, ତାକୁ ୧୫ ହଜାର ଟଙ୍କା ଆଗୁଆ ଦେବାକୁ ପଡ଼ିବ। ତାହାର ଚାକିରି ସ୍ଥାୟୀ ହେବ। ଏହିଭଳି ଏକ ଅଡିଓ ଲାଗିଛି କ୍ୟାପିଟାଲ ପୁଲିସ ହାତରେ। ଏଥିରେ କେ ଅଶ୍ବିନୀ ଦୋରା ଓ ଭାରତୀ ପ୍ରଧାନଙ୍କ ଭିତରେ କଥାବାର୍ତ୍ତା ରହିଛି।

ଘଟଣାରେ କ୍ୟାପିଟାଲ ଥାନା ପୁଲିସ ନିଜ ଆଡ଼ୁ ମାମଲା ରୁଜ୍ଜୁ କରି ୩ ଜଣଙ୍କୁ ଗିରଫ କରି ପୁଲିସ ତଦନ୍ତ ଜାରି ରଖିଛି। ପୁଲିସ ଗିରଫ ୩ ଜଣଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା ଜବତ କରିଛି। ତିନି ଗିରଫ ହୋଇଥିବା ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ବୋଲି ଜଣାଯାଇଛି। ଏମାନେ ହେଲେ କେ ଅଶ୍ବିନୀ ଦୋରା, ସନ୍ତୋଷ କୁମାର ସାହୁ ଓ ରାଜକିଶୋର ଆଚାରୀ।

ଏଏନଏମ୍ କର୍ମୀଙ୍କୁ ଭୂତେଇ କୋଟିଏ ଟଙ୍କା ଆଦାୟ କରି ଫେରାର ପାଇଁ ବ୍ଲୁ ପ୍ରିଣ୍ଟ ତିଆରି ହୋଇଥିଲା ବୋଲି ସୂଚନା ଦେଇଛନ୍ତି ଡିସିପି। ଏହା ପଛରେ ଧାରଣା ସ୍ଥଳରେ ବସିଥିବା କିଛି ନେତାଙ୍କ ସଂପୃକ୍ତି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର