ଭୁବନେଶ୍ୱରରେ ଆନ୍ନା ହଜାରେ

ଭୁବନେଶ୍ୱର: ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଆଜି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ରାଜ୍ୟ ଅତିଥି ଭବନକୁ ନିଆଯାଇଥିଲା। ବିମାନ ବନ୍ଦରରେ ନବ ନିର୍ମାଣ କୃଷକ ସଙ୍ଗଠନର ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ, ସଂଗଠନର ରାଷ୍ଟ୍ରୀୟ ଅାବାହକ ଅକ୍ଷୟ କୁମାର ଓ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ସ୍ବାଗତ କରିଥିଲେ।

ଆନ୍ନା ହଜାରେ ଆସନ୍ତାକାଲି ଜଗତସିଂହପୁରଠାରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ପ୍ରଦାନ ଦାବିରେ ହେବାକୁ ଥିବା ଜୟ କିଷାନ ମହାସମାବେଶରେ ଯୋଗ ଦେବେ।

ସମ୍ବନ୍ଧିତ ଖବର