ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଉପରସଜା ଗ୍ରାମରେ ନିର୍ମାଣାଧୀନ କଲଭର୍ଟ ବା ଛୋଟ ବ୍ରିଜ ତଳେ ଗାଧୋଉଥିବା ସମୟରେ ତାହା ଭୁଶୁଡ଼ି ପଡ଼ିବା ଫଳରେ ୪ଜଣ ନାବାଳକଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଥିଲା । ଆଉ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି | ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି |

Advertisment

ଏହି ଦୁର୍ଘଟଣା ପାଇଁ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ଉଲ୍ଲେଖ ଥାଉ କି ଆଜି ସକାଳେ କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଉପରସଜା ଗ୍ରାମରେ ନିର୍ମାଣାଧୀନ କଲଭର୍ଟ ତଳେ ୬ଜଣ ଗାଧୋଉଥିବା ବେଳେ ହଠାତ କଲଭର୍ଟ ଭୁଶୁଡ଼ି ପଡ଼ିବାରୁ ସେମାନେ ବ୍ରିଜ ତଳେ ଚାପି ହୋଇଯାଇଥିଲେ। ମୃତକମାନେ ହେଉଛନ୍ତି ଲକ୍ଷ୍ମୀଧର ମିଣିଆକା(୪୫), ପ୍ରିନ୍ସ ମିଣିଆକା, ସୁମନ ମିଣିଆକା (୫), ସାରନ ମିଣିଆକା(୫) ଓ ମନୋଜ ମିଣିଆକା (୫)।