ଭୁବନେଶ୍ବର : ରାଜ୍ୟର ୯ଟି ମେଡିକାଲ କଲେଜରେ ଟିଚିଂ ହସ୍ପିଟାଲ ଯଥାଶୀଘ୍ର ଆରମ୍ଭ କରିବା ଲାଗି ସଂପୃକ୍ତ ମେଡିକାଲ କଲେଜର ଅଧୀକ୍ଷକଙ୍କୁ କୁହାଯାଇଛି। ଏହାସହ ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରି ଆବଶ୍ୟକ ଯନ୍ତ୍ରପାତି ଆଦିର ତାଲିକା ପ୍ରସ୍ତୁତ କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଆଜି ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ପତ୍ର ଜାରି ହୋଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ କୋରାପୁଟ, ବାରିପଦା, ବାଲେଶ୍ବର, ବଲାଙ୍ଗୀର, ପୁରୀ, କେନ୍ଦୁଝର, ଭବାନୀପାଟଣା, ଫୁଲବାଣୀ ଓ ଯାଜପୁରରେ ଟିଚିଂ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ହେବ। ତେବେ ବିଲ୍ଡିଂ ହସ୍ତାନ୍ତର ପ୍ରକ୍ରିୟା ଶୀଘ୍ର ଶେଷ କରି ଟିଚିଂ ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ବ ଦିଆଯାଉ। ତେବେ ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନୂଆ ଟିଚିଂ ହସ୍ପିଟାଲ ଭାବେ ଘୋଷଣା କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଟିଚିଂ ହସ୍ପିଟାଲ ଘୋଷଣା
ଯଥାଶୀଘ୍ର ୯ଟି ହସ୍ପିଟାଲରେ ଟିଚିଂ ହସ୍ପିଟାଲ ଆରମ୍ଭ କରିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶ
/sambad/media/post_attachments/wp-content/uploads/2023/01/kalahandi-chc.jpg)