ଉଦ୍‌ଘୋଷକ, ସାମ୍ବାଦିକ ଓ ମଞ୍ଚ ଅଭିନେତା ଭାନୁପ୍ରକାଶ ରଥଙ୍କ ପରଲୋକ

କରୋନା ଲଢ଼େଇରେ ହାରିଗଲେ, ଝୁରିହେଉଛି ବହୁ ମଞ୍ଚ ଓ ଦୂରଦର୍ଶନ, ବିଭିନ୍ନ ମହଲରେ ଶୋକ

କେସିଙ୍ଗା : କଳାହାଣ୍ଡି ଜିଲ୍ଲା‌ର ବିଶିଷ୍ଟ ଉଦ୍‌ଘୋଷକ, ସାମ୍ବାଦିକ, ଅଭିନେତା, ଲେଖକ କଳାପରିଷଦର ସଂପାଦକ, ବିଜେପି ମିଡିଆ ସେଲ୍‌ ପ୍ରଭାରୀ ଭାନୁପ୍ରକାଶ ରଥଙ୍କ ଅକାଳ ବିୟୋଗ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ଗତ ୨୦ ଦିନ ଧରି ସେ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନଥିଲେ। ଗୁରୁବାର ସକାଳୁ ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଜିଲ୍ଲା ସାରା ଶୋକର ଛାୟା ଖେଳିଯାଇଛି।

ଭବାନୀପାଟଣା ଲାଲବାହାଦୁର ଷ୍ଟାଡିୟମର କଳାହାଣ୍ଡି ଉତ୍ସବ ଘୁମୁରାଠାରୁ ଆରମ୍ଭ କରି ଲେଖକ କଳାପରିଷଦ, ଭବାନୀପାଟଣା ତଥା ଆଖପାଖର ମଞ୍ଚ ଏବଂ ଡିଡି-୨ର ବିଭିନ୍ନ ମଞ୍ଚରେ ଆଉ ତାଙ୍କର ସୁନ୍ଦର  ଶବ୍ଦ ସଂଯୋଜନା ଆଉ ଶୁଭିବନି। ତାଙ୍କର ଅକାଳ ବିୟୋଗ ପାଇଁ ଏହି ସବୁ ଅନୁଷ୍ଠାନ ଝୁରୁଛନ୍ତି।

ସୋସିଆଲ ମିଡିଆରେ ବହୁ ବ୍ୟକ୍ତି ଗଭୀର ଶ୍ରଦ୍ଧାଞ୍ଜଳି ଦେଇ ଶୋକ ବ୍ୟକ୍ତ କରିଛନ୍ତି। ଭାନୁପ୍ରକାଶଙ୍କ ବିୟୋଗ ଜିଲ୍ଲାର ଅପୂରଣୀୟ କ୍ଷତି ବୋଲି ବହୁ ଅନୁଷ୍ଠାନ, ସାମ୍ବାଦିକ, ବୁଦ୍ଧିଜୀବୀ, ରାଜନେତା ଶୋକ ବ୍ୟକ୍ତ କରିଛନ୍ତି। ସେ ଓଡ଼ିଶା ଟାଇମ ଓ କେବିକେ ସମାଚାରରେ ବି ଉପସ୍ଥାପକ ଭାବରେ ବେଶ୍‌ ନାଁ କରିଥିଲେ। ତାଙ୍କ ବିୟୋଗରେ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସାଂସଦ ବସନ୍ତ ପଣ୍ଡା, କଂଗ୍ରେସର ଭକ୍ତ ଚରଣ ଦାସ, ସଙ୍ଗୀତ ନାଟକ ଏକାଡେମି ସାମ୍ପାଦକ ପ୍ରବୋଦ ରଥ, ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ସମ୍ପାଦକ ଆକ୍ଷୟ ଦାସ, ବିଶିଷ୍ଟ ଶିକ୍ଷାବିତ ଅକ୍ଷୟ ନନ୍ଦ, ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ ବେହେରା, ସମ୍ପାଦକ ସତ୍ୟ ନାରାୟଣ ସିଂହ, କର୍ତ୍ତବ୍ୟର ମୁଖ୍ୟ ଅଶୋକ ପଟ୍ଟନାୟକ, ପ୍ରତିଭାର ସଭାପତି ଧ୍ୟାନ ପଣ୍ଡା, ଓଡ଼ିଶା ଟାଇମ୍‌ର କର୍ମକର୍ତ୍ତା, ବିଭିନ୍ନ ସାମ୍ବାଦିକ ସଙ୍ଘ, ଭବାନୀପାଟଣା ଦୂରଦର୍ଶନ, ଲେଖକ କଳାପରିଷଦର ସଭାପତି ଉମେଶ ପଣ୍ଡା, ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲି ଖାଁନ, ଅସଲମ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର