ବାରିପଦା : ମୟୂରଭଞ୍ଜର ଅଗ୍ରଣୀ ଅଣରାଜନୈତିକ ଯୁବଛାତ୍ର ସଙ୍ଗଠନ ଭଞ୍ଜସେନାର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ସଙ୍ଗଠନ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଅନୁମୋଦନ କ୍ରମେ ଜିଲ୍ଲା କମିଟିର ନୂତନ କର୍ମକର୍ତାଙ୍କ ଦାୟିତ୍ୱ ଘୋଷଣା କରାଯାଇଛି । ଏନେଇ ଭଞ୍ଜସେନାର ସଭାପତି ପିଂଟୁ ମାଇତି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।

Advertisment

ରାକେଶ ବେହେରାଙ୍କୁ ଜିଲ୍ଲା ଯୁବଛାତ୍ର ସଂଯୋଜକ ତଥା ଭଞ୍ଜସେନା ରକ୍ତଭଣ୍ଡାରର ଜିଲ୍ଲା ଶାଖା ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ରକ୍ତଭଣ୍ଡାରର ସହସଂଯୋଜକ ଏବଂ ସଂଗଠନର ମୁଖପାତ୍ର ଭାବେ ଜ୍ୟୋତିରଞ୍ଜନ ପୃଷ୍ଟିଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥି ସହିତ ଭଞ୍ଜସେନାର ଜିଲ୍ଲା ଛାତ୍ର ସଭାପତି ଭାବେ ସୌମ୍ୟରଞ୍ଜନ ମିଶ୍ର, ଉପସଭାପତି ରବୀନ୍ଦ୍ର ସାହୁ, ଦୀପକ ହାଁସଦା ଏବଂ ଶୁଭମ ପଣ୍ଡାଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଶ୍ୟାମାଖୁଂଟା ବ୍ଲକ୍ ସଭାପତି ଭାବେ ବିଜୁ ସିଂ, ମୋରଡ଼ା ବ୍ଲକ ସଭାପତି ପରିତୋଷ ବାରିକ, ରାସଗୋବିନ୍ଦପୁର ବ୍ଲକ୍ ସଭାପତି ପଦ୍ମଲୋଚନ ଦାସ, ବିଶୋଇ ବ୍ଲକ୍ ସଭାପତି ରଞ୍ଜନ ପାତ୍ର, ବହଳଦା ବ୍ଲକ ସଭାପତି ଦେବାଶିଷ ରାଉତ, ରାଇରଙ୍ଗପୁର ପୌରପାଳିକାର ସଭାପତି ଭାବେ ଶିବରାଜ ମହାନ୍ତିଙ୍କୁ ମନୋନୀତ କରାଯାଇଛି ।