ରାୟଗଡ଼ା: ସ୍ଥାନୀୟ ବାଳିକା ଉଚ୍ଚବିଦ୍ୟାଳୟ ପଲିସରରେ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ରଙ୍ଗାରଙ୍ଗ ପରିବେଶ ଭିତରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ମକରନ୍ଦ ମୁଦୁଲି ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ଗୁଣାତ୍ମକ ମୂଲ୍ୟବୋଧର ବିକାଶରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଭୂମିକା ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ଭାବରେ ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପାତ୍ର ଯୋଗଦେଇ ନିଜର ବାଲ୍ୟ ଶିକ୍ଷା ତଥା ଛାତ୍ରଛାତ୍ରୀମାନେ ଦେଶ ଗଠନର ମୂଳ ଆଧାର ବୋଲି ନିଜର ବକ୍ତବ୍ୟ ରଖିଥିଲେ।
ଅନ୍ୟାନ୍ୟ ସମ୍ନାନିତ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ପୌର ପରିଷଦର ଅଧ୍ୟକ୍ଷ ମହେଶ ପଟ୍ଟନାୟକ ଯୋଗଦେଇ ରାୟଗଡ଼ା ଜିଲ୍ଲାରେ ଶିକ୍ଷାର ବିକାଶ କ୍ଷେତ୍ରରେ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନ ଭୂମିକା ଉପରେ ଆଲୋକପାତ କରିଥିବା ବେଳେ ରାୟଗଡ଼ାସ୍ଥିତ ଆଇଓବି ବ୍ୟାଙ୍କର ମ୍ୟାନେଜର ଆଲୋକ ଶତପଥୀ ମଧ୍ୟ ସମ୍ନ।ନିତ ଅତିଥିଭାବେ ଯୋଗଦେଇ ନିଜର ବକ୍ତବ୍ୟରେ ଇଂରାଜୀ ଶିକ୍ଷା କିପରି ସର୍ବଜନାଦୃତ ହୋଇ ପାରିବ ସେହି ବିଷୟରେ ଉପସ୍ଥାପନା କରିଥିଲେ। ସେଣ୍ଟ ଜାଭିୟର ବିଦ୍ୟାଳୟ ସମୂହର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଜି. ଏସ୍ . ପଟ୍ଟନାୟକ ଏହି ଅବସକରେ ଉପସ୍ଥିତ ରହି ନିଜର ସଫଳତା ପଛରେ ଥିବା ଗୁରୁଙ୍କ ଆଶୀର୍ବାଦ ତଥା କଠୋର ସାଧନା ବିଷୟରେ ବର୍ଣ୍ଣନା କରିବା ସହ ବିଭିନ୍ନ କ୍ଷେତ୍ରରେ ସେଣ୍ଟ ଜ୍ୟାଭିୟର ବିଦ୍ୟାଳୟରୁ ଉତିର୍ଣ୍ଣ ଛାତ୍ରଛାତ୍ରୀମାନେ କିପରି ଉଦାହରଣ ସୃଷ୍ଠି କରିପାରିବେ ସେହି ବିଷୟରେ ଛାତ୍ର ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ।
ଏହି ଅବସରରେ ସେଣ୍ଟ ଜାଭିୟର ବିଦ୍ୟାଳୟ ସମୂହର ମୁଖ୍ୟ ଶିକ୍ଷା ଅଧିକାରୀ ଅଚ୍ୟୁତ ସାମନ୍ତରାୟ ଉପସ୍ଥିତ ରହି ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ବାଗତ କରିବା ସହ ବିଦ୍ୟଳୟର ସ୍ମରଣିକାକୁ ଉନ୍ମୋଚନ କରିଥିଲେ। ରାୟଗଡାସ୍ଥିତ ଭାକୁରଗୁଡ଼ା ଓ ନ୍ୟୁ କଲୋନି ଉଭୟ ବିଦ୍ୟାଳୟର ପରିଚାଳକ ନିରଞ୍ଜନ ପାତ୍ର ଓ ପ୍ରଶାସନିକ ଅଧିକାରୀ ଅଭିଲାଷ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ଵବଧାନରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭାକୁରଗୁଡ଼ାସ୍ଥିତ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ଵଜିତ ସିଖା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ନ୍ୟୁକଲୋନି ବିଦ୍ୟାଳୟରର ଅଧ୍ୟକ୍ଷ ରମେଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉଭୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ତତ୍ଵବଧାନରେ ଶତାଧିକ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟାର ଆସରକୁ ବେସ ସରଗରମ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଅମୂଲ୍ୟ ସାହୁ, ବରିଷ୍ଠ ନାଗରିକ ଶୋଭା ପତି, ବିନୋଦ ପଣ୍ଡା, ସରସ୍ବତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।