କେନ୍ଦ୍ରାପଡ଼ା/ଗରଦପୁର : ସାହିତ୍ୟ ଓ ରାଜନୀତି ପରସ୍ପରଠୁ ଭିନ୍ନ ନୁହେଁ। ବର˚ ପରିପୂରକ। କିନ୍ତୁ ସାହିତ୍ୟିକମାନେ ଯେଭଳି ରାଜନୀତିଠୁ ନିଜକୁ ନିରାପଦ ଦୂରତାରେ ରଖୁଛନ୍ତି, ତାହା ସମାଜ ପାଇଁ ଆଦୌ ହିତକର ନୁହେଁ। କାରଣ ଉଭୟ ସାହିତ୍ୟ ଓ ରାଜନୀତିର ଲକ୍ଷ୍ୟ ହେଉଛି ସମୂହ ହିତ ସାଧନ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନଗଣଙ୍କ ସମୂହ କଲ୍ୟାଣ ପାଇଁ ରାଜନେତାମାନଙ୍କର ଯେଭଳି ଦାୟିତ୍ବ ରହିଛି; ସାହିତ୍ୟିକମାନଙ୍କର ମଧୢ ଅନୁରୂପ କର୍ତ୍ତବ୍ୟ ରହିଛି। ସତକୁ ସବୁବେଳେ ଉଜାଗର କରିବା ସହିତ ରାଜନୀତି ଓ ଶାସନ ବ୍ୟବସ୍ଥାରେ ଘଟୁଥିବା ଅଧୋଗତି, ଭ୍ରଷ୍ଟାଚାର ବିରୋଧରେ ଲେଖନୀ ଚାଳନା କରିବା ଦାୟିତ୍ବ ସାହିତ୍ୟିକମାନେ ଗ୍ରହଣ କରିବା ଆବଶ୍ୟକ ବୋଲି ଗରଦପୁର ‘ସମ୍ବାଦ-ସାହିତ୍ୟ ଘର’ର ଦଶମ ବାର୍ଷିକୋତ୍ସବରେ ‘ସମ୍ବାଦ’ର ସ˚ପାଦକ, ଖଣ୍ତପଡ଼ା ବିଧାୟକ ସୌମ୍ୟର˚ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।
ସାହିତ୍ୟରେ ଭାବର ସ˚କୋଚନ ଘଟିଛି: ରାମଚନ୍ଦ୍ର ବେହେରା
ସ୍ତମ୍ଭ ସ˚କଳନ ‘ଆଶ୍ବିନର ଛିନ୍ନମେଘ’ ଉନ୍ମୋଚିତ
ସ୍ଥାନୀୟ ପାଟକୁରା କୋରୁଆସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସାହିତ୍ୟ ଘରର ସଭାପତି ସ୍ତମ୍ଭକାର ହିରଣ୍ୟ ମହାନ୍ତିଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ‘ରେବତୀ’ ଗଳ୍ପର ଉଦାହରଣ ଦେଇ କହିଥିଲେ, ଏହି ଗପ ଜମିଦାରଙ୍କ ଅତ୍ୟାଚାର, ନାରୀ ଶିକ୍ଷା, ଅନ୍ଧବିଶ୍ବାସ ସ˚ପର୍କରେ ବାର୍ତ୍ତା ଦେଉଛି। ଆଜି ମଧୢ ଆମେ ନାରୀ ସଶକ୍ତୀକରଣ ଓ ଅନ୍ଧବିଶ୍ବାସ କଥା କହୁଛେ। କିନ୍ତୁ ଏପଯର୍ଯ୍ୟନ୍ତ ଆମେ ଅନ୍ଧବିଶ୍ବାସକୁ ଦୂର କରିପାରିନାହୁଁ। ଏବେ ଆଉ ଏକ ବଡ଼ ସମସ୍ୟା ଉଭା ହେଇଛି। ତାହା ହେଉଛି ଅନ୍ଧଭକ୍ତି। ଅନ୍ଧଭକ୍ତିର ନମୁନା ହେଲା ମୋ ନେତା କେବେ ଭୁଲ କରିପାରିବ ନାହିଁ। ମୋ ଝିଅ ସବୁଠୁ ସୁନ୍ଦରୀ। ମୋ ମା’ ସବୁଠୁ ଚରିତ୍ରବତୀ। ମୋ ନେତାର ବିକଳ୍ପ ନାହିଁ। ସବୁ ଦଳରେ ଏହିଭଳି ଅନ୍ଧଭକ୍ତିର ନମୁନା ନ ଦେଖାଇଲେ ଦଳ ଭିତରେ, ବାହାରେ, ସମାଜରେ କିମ୍ବା ଅନୁଷ୍ଠାନରେ ଆପଣଙ୍କ ସ୍ଥାନ ନାହିଁ। ଯେତେବେଳେ ଏଭଳି ଅନ୍ଧଭକ୍ତିର ନମୁନାକୁ ସଫଳତାର ମାପକାଠି ବୋଲି ଧରି ନିଆଯାଏ, ସେତେବେଳେ କଲେଜ, ସ୍କୁଲରେ ତର୍ଜମା ଓ ଯେତେ ବୌଦ୍ଧିକ ଆଲୋଚନା କଲେ ମଧୢ ତାହାର କିଛି ମାନେ ରହିବ ନାହିଁ। ଆମେ ଉତ୍ତରପିଢ଼ିକୁ ଅନ୍ଧଭକ୍ତ ରୂପେ ଗଢ଼ିଲେ ସେମାନେ ନା ଏ ଦେଶକୁ ଦାରିଦ୍ର୍ୟରୁ ମୁକ୍ତ କରିପାରିବେ ନା ଅନ୍ଧବିଶ୍ବାସରୁ ନା ବିକାଶ ମାର୍ଗରେ ଦେଖାଦେଉଥିବା ଅବରୋଧକୁ ଦୂର କରିପାରିବେ। ସୁତରାଂ ଫକୀରମୋହନ ଯେଭଳି ଅନ୍ଧବିଶ୍ବାସ ବିରୋଧରେ ଏବଂ ନାରୀଶିକ୍ଷା ସପକ୍ଷରେ ଲେଖନୀ ଚାଳନା କରୁଥିଲେ, ଠିକ୍ ସେମିତି ଆଜିର ସାହିତ୍ୟିକମାନେ ଅନ୍ଧଭକ୍ତି ବିରୋଧରେ କଲମ ଉଠାଇବାର ବେଳ ଆସିଛି ବୋଲି ଶ୍ରୀ ପଟ୍ଟନାୟକ ମତପୋଷଣ କରିଥିଲେ।
ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗାଳ୍ପିକ ତଥା କଥାକାର ଡକ୍ଟର ରାମଚନ୍ଦ୍ର ବେହେରା ଯୋଗଦେଇ କହିଥିଲେ, ସାହିତ୍ୟରେ ଭାବର ସ˚କୋଚନ ଘଟିଛି। ବର୍ତ୍ତମାନ ସମୟରେ ଚା' ପିଇଲା ବେଳେ ଦଶ ପନ୍ଦର ମିନିଟ୍ ଭିତରେ ସାହିତ୍ୟ ସୃଷ୍ଟି ହେଇଯାଉଛି। କିନ୍ତୁ ସେଥିରେ ଭାବ ଓ ଆବେଗ ରହୁ ନଥିବା କାରଣରୁ ତାହା ପାଠକଙ୍କୁ ଛୁଇଁପାରୁନାହିଁ। ତେଣୁ ଭାବର ସ˚ପ୍ରସାରଣ ନ ଘଟିଲେ ସାହିତ୍ୟ ପ୍ରଭାବଶାଳୀ ହେଇପାରିବ ନାହିଁ। ପ୍ରଭାବଶାଳୀ ସାହିତ୍ୟ ହିଁ କାଳଜୟୀ ହୋଇଥାଏ ବୋଲି ଡକ୍ଟର ବେହେରା କହିଥିଲେ।
ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧୢକ୍ଷ ଡକ୍ଟର ନନ୍ଦକିଶୋର ପରିଡ଼ା ସାହିତ୍ୟ ଘରର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶ˚ସା କରିବା ସହିତ ଆଧାର ନ ଥିଲେ ସାହିତ୍ୟ ସୃଷ୍ଟି ହେଇପାରେ ନାହିଁ ବୋଲି କହିଥିଲେ।
ଉତ୍ସବରେ ସମ୍ମାନିତ ଅତିଥି ଭାବେ ‘ସମ୍ବାଦ-ସାହିତ୍ୟ ଘର’ର ରାଜ୍ୟ ସ˚ଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା ଯୋଗଦେଇ କହିଥିଲେ, ଓଡ଼ିଶାର ସମସ୍ତ ବ୍ଲକ୍ ସମେତ ପଶ୍ଚିମବ˚ଗ ଓ ଝାଡ଼ଖଣ୍ତରେ ସମୁଦାୟ ୩୬୬ଟି ଶାଖା ମଧୢରୁ ଗରଦପୁର ସାହିତ୍ୟ ଘର ଶାଖା ସବୁଠୁ ବଡ଼ ଏବ˚ ଏଥିରେ ସର୍ବାଧିକ ସଦସ୍ୟ ଅଛନ୍ତି। ଓଡ଼ିଆ ଭାଷା, ସାହିତ୍ୟର ସୁରକ୍ଷା ସହିତ ଏହାକୁ ସମୃଦ୍ଧ କରିବା ଏବ˚ ଯୁବପିଢ଼ିଙ୍କୁ ସାହିତ୍ୟ ରଚନା ପାଇଁ ଉତ୍ସାହିତ କରିବା ହେଉଛି ‘ସମ୍ବାଦ-ସାହିତ୍ୟ ଘର’ର ମୂଳ ଉଦ୍ଦେଶ୍ୟ ବୋଲି ଡକ୍ଟର ଲେଙ୍କା କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଅଧୢକ୍ଷ ଡକ୍ଟର ପ୍ରଦୀପ କୁମାର ପ୍ରଧାନ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ସାହିତ୍ୟ ଘରର ପ୍ରଚେଷ୍ଟା ବାସ୍ତବିକ ପ୍ରଶ˚ସନୀୟ ବୋଲି କହିଥିଲେ।
ସମ୍ବର୍ଦ୍ଧନାର ଉତ୍ତରରେ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ସ୍ତମ୍ଭକାର ହିରଣ୍ୟ ମହାନ୍ତିଙ୍କୁ ଜଣେ ଉଚ୍ଚକୋଟିର ପ୍ରାବନ୍ଧିକ ଭାବେ ବର୍ଣ୍ଣନା କରିବା ସହିତ ଆମ ଓଡ଼ିଶାକୁ ତାଙ୍କ ସ୍ତମ୍ଭ ସ˚କଳନ ପ୍ରକାଶନ କରିଥିବାରୁ କୃତଜ୍ଞତା ଜଣାଇଥିଲେ।
ଏହି ଅବସରରେ ସ୍ତମ୍ଭକାର ହିରଣ୍ୟ ମହାନ୍ତିଙ୍କ ସ୍ତମ୍ଭ ସ˚କଳନ ‘ଆଶ୍ବିନର ଛିନ୍ନମେଘ’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟିକ ଡ. ଭୂୟାଁଙ୍କ ସମେତ ପ୍ରାଧ୍ୟାପକ ଡକ୍ଟର ଗିରୀଶ ଚନ୍ଦ୍ର ସାହୁ, ପ୍ରଧାନଶିକ୍ଷକ ନୃସି˚ହ ଚରଣ ମଲ୍ଲିକ, ପ୍ରଧାନଶିକ୍ଷକ ଗୋପବ˚ଧୁ ମିଶ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା। ସମ୍ବାଦ ସାହିତ୍ୟଘର ସ˚ପାଦକ ତଥା ଗରଦପୁର ବ୍ଲକ ‘ସମ୍ବାଦ’ ପ୍ରତିନିଧି ନବଘନ ନାୟକ ସ˚ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପିକା ଡକ୍ଟର ବିଚିତ୍ରାମ˚ଜରୀ ତ୍ରିପାଠୀ ସ୍ବାଗତ ଅଭିଭାଷଣ ଓ ମ˚ଚ ପରିଚାଳନା କରିଥିଲେ। ପୂର୍ଣ୍ଣଚନ୍ଦ୍ର ପଣ୍ତା ଧନ୍ୟବାଦ ଦେଇଥିଲେ। ଏହି ଉତ୍ସବରେ ବିଭିନ୍ନ ବର୍ଗର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।