ଲୋଇସିଂହା: ‘ପୁଷ୍ପର ଆଦର୍ଶ, ଗୁଣ ଓ ଧର୍ମରେ ଅନୁପ୍ରାଣିତ ହେବା ହିଁ ଶ୍ରେଷ୍ଠ ମାନବବାଦ।’ ସୋମବାର ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍‌ ଯୋଗୀସର୍ଡା ହରିହର ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାମହିମ ରାଜ୍ୟପାଳ ଗଣେଶୀଲାଲ ଏହା କହିଛନ୍ତି। ମାନବବାଦ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଆଲୁମ୍‌ନି କମିଟି ଏବଂ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇ ପ୍ରତିଦିନ ପିତାମାତାଙ୍କ ଚରଣରେ ଫୁଲଟିଏ ଦେଇ ଆଶୀର୍ବାଦ ନେବାକୁ ପରମର୍ଶ ଦେଇଥିଲେ।

Advertisment

ସ୍ଥାନୀୟ ବିଧାୟକ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଅଶୋକ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଜିଲ୍ଲାପାଳ ଚଞ୍ଚଳ ରାଣା, ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବଚରଣ ବେହେରା, ଏସ୍‌ପି ନିତିନ କୁଶଲକର, ଆଲୁମ୍‌ନି କମିଟି ଅଧ୍ୟକ୍ଷ ରଙ୍କ ପଣ୍ଡା ପ୍ରମୁଖ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ପୁରାତନ ଛାତ୍ର ବିନାୟକ ମିଶ୍ର। ଏହି ଅବସରରେ ଶିକ୍ଷାର ଭିତ୍ତିଭୂମି ସ୍ଥାପନ କରିଥିବା ବିଦ୍ୟାଳୟର ପ୍ରତି‌ଷ୍ଠାତା ସ୍ବର୍ଗତ ବିଦ୍ୟାଧର ମିଶ୍ରଙ୍କ ପ୍ରତିମୂର୍ତ୍ତି ସ୍କୁଲ ପରିସରରେ ଉନ୍ମୋଚନ କରିଥିଲେ ରାଜ୍ୟପାଳ ଗଣେଶୀ ଲାଲ।