ସମ୍ବଲପୁର: ରବିବାର ସନ୍ଧ୍ୟାରେ ‘ସମ୍ବାଦ’ର ସମ୍ବଲପୁରୀ/କୋଶଲି ପତ୍ରିକା ‘ଜୁଗାର୍’ର ଅଷ୍ଟମ ବାର୍ଷିକ ସଂଖ୍ୟା ଉନ୍ମୋଚନ କାର୍ଯ୍ୟକ୍ରମ ‘ଅସ୍ମିତା-୨୦୨୪’ ସମ୍ବଲପୁର ମ୍ୟୁନ୍ସିପାଲିଟି ଛକସ୍ଥିତ ଗଂଗାଧର ମଣ୍ଡପ, ଟାଉନ୍ ହଲ୍ ପଡ଼ିଆରେ ମହାସମାରୋହରେ ଉଦଘାଟିତ ହୋଇଛି।
/sambad/media/post_attachments/wp-content/uploads/2024/02/3c01cdbc-cfb3-4bf4-a731-d43c23ded35a.jpeg)
ଅପରାହ୍ଣରେ ସମଲେଶ୍ବରୀ ମନ୍ଦିରରେ ‘ଜୁଗାର’ ପୂଜାର୍ଚ୍ଚନା କରାଯାଇ ଗଂଗାଧର ମଣ୍ଡପକୁ ଅଣା ଯାଇଥିଲ। ଏହି କାର୍ଯ୍ୟକ୍ରମକୁ ଝାଡ଼ଖଣ୍ଡ ହାଇକୋର୍ଟର ପ୍ରାକ୍ତନ ମୁଖ୍ୟ ବିଚାରପତି ସଂଜୟ କୁମାର ମିଶ୍ର ଉଦ୍ଘାଟନ କରିଛନ୍ତି। ଚାଷୀନେତା ତଥା ସ୍ତମ୍ଭକାର ଲିଂଗରାଜ ମୁଖ୍ୟବକ୍ତା ଭାବେ ଯୋଗ ଦେଇଛନ୍ତି। ‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ‘ଜୁଗାର’ର ସଂପାଦକ ଅରବିନ୍ଦ ଦାସ କାର୍ଯକ୍ରମ ପରିଚାଳନା କରିଛନ୍ତି।
/sambad/media/post_attachments/wp-content/uploads/2024/02/67785225-2a9c-4d4f-90cf-48f0221be9eb.jpeg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/004b30ec-580a-4b3f-8c75-56d081dc8fbe.jpeg)