ଝରିଗାଁ; ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କରମରୀସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଅତିଥିମାନଙ୍କ ଦ୍ୱାରା ମହାପୁରୁଷଙ୍କ ପ୍ରତିମୂର୍ତ୍ତି, ନୂତନ ଛାତ୍ରୀ ନିବାସ ଓ ଅତିରିକ୍ତ ଶ୍ରେଣୀ ଗୃହ ଉନ୍ମୋଚନ ହୋଇଥିଲା। ପରେ ଝରିଗାଁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ଧାରୁଆଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂହ ଭତ୍ରା` ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ, ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ରପତି ସାହୁ, ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ମମତା ପରିଛା, ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧନସିଂ କେଉଟ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ପାଇଁ ଶିକ୍ଷାର ମହତ୍ତ୍ଵ ଉପରେ ମତ ଦେଇ ଥିଲେ। ଏବିଇଓ ଦଶରଥ ଗଣ୍ଡ ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ।
ଏହି ଅବସରରେ ନିଜ ଖର୍ଚ୍ଚରେ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିବା ବେଳେ ଏଭଳି ମହତ କାର୍ଯ୍ୟ ପାଇଁ କସ୍ତୁରୀବା ଗାନ୍ଧୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିରୂପମା ସ୍ୱାଇଁଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ। ସେହିପରି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଖେଳ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ଉତ୍ତମ ଛାତ୍ର ଭାବେ ଅଷ୍ଟମ ଶ୍ରେଣୀର ଛାତ୍ର ରାଜେନ୍ଦ୍ର ଭତରା, ନିୟମିତ ଛାତ୍ର ଭାବେ ପଞ୍ଚମ ଶ୍ରେଣୀ ଛାତ୍ର ସତ୍ୟମ କେଉଟ ଏବଂ ସଫାସୁତରା ପାଇଁ ପ୍ରଥମ ଶ୍ରେଣୀ ଛାତ୍ର ଭୂପେସ କେଉଟ ପୁରସ୍କୃତ ହୋଇଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶେଷ କରି ଢେମସା ନୃତ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ନିରୂପମା ସ୍ୱାଇଁ ପରିଚାଳନା କରିଥିବା ବେଳେ ୱାଡେନ ମିତାରଣୀ ଚୌଧୁରୀ, ଶିକ୍ଷୟିତ୍ରୀ ସବିତା ନାୟକ, ମନ୍ଦାକିନୀ ପ୍ରଧାନ, ଅନୁସାୟା ମହାପାତ୍ର, ଶିକ୍ଷକ ମହେଶ୍ୱର ପରିଡା, ଜଗ ମୋହନ ଗଛି, ମନୀଷ ପାତ୍ର,କୁଶ ସାହୁ, ବିଜୟ ଡ଼ାଲି, ଜନାର୍ଦ୍ଦନ ଭତ୍ରା ପ୍ରମୁଖ ସହଯୋଗ କରିଥିଲେ।