ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ମହାବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଅଧ୍ୟାପକ ସାମୁଏଲ୍ ଦାନୀ, ସମ୍ମାନିତ ଅତିଥି ଆଇନଜୀବୀ ବୈଶମ୍ପାୟନ ମେହେର, ପୂର୍ବ ବ୍ଲକ୍ ଅଧ୍ୟକ୍ଷ ନୀଳମଣି ମେହେର, ପ୍ରାଧ୍ୟାପକ ରଜନୀକାନ୍ତ ମେହେର ପ୍ରମୁଖ ଯୋଗ ଦେଇଥିଲେ। ଅଧ୍ୟକ୍ଷା ଏ.ବି. ଡୁଙ୍ଗଡୁଙ୍ଗ ସଭାପତିତ୍ବ କରିଥିଲେ। ବୀରେନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା। ଅଧ୍ୟାପକ ରଜନୀକାନ୍ତ ମେହେର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅଧ୍ୟାପକ ଉଦୟନାଥ ନାଏକ, ଟଙ୍କଧର ସାହୁ, ପ୍ରମୋଜନ ମିଶ୍ର, ହେମନାଥ ଭୋଇ, ଲିପି ପୁଷ୍ପା ନାଏକ, ଅଯୋଧ୍ୟା ଦାସ, ଲିପ୍ସା କୁମାର, ଇତିଶ୍ରୀ ସାହୁ, ପୁଷ୍ପିତା ମେହେର, ନିତେଶ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପକ କ୍ଷେତ୍ରମୋହନ ଦୁରିଆ ଧନ୍ୟବାଦ ଦେଇଥିଲେ।