ଟିଡିସି କର୍ମଚାରୀ ସଂଘର ବାର୍ଷିକ ବୈଠକ

ଭୁବନେଶ୍ୱର : ଆଦିବାସୀ ଉନ୍ନୟନ ନିଗମ କର୍ମଚାରୀ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ନୂଆ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ନୂଆ କର୍ମକର୍ତ୍ତାମାନେ ହେଲେ ସାଧାରଣ ସମ୍ପାଦକ ଗୋପବନ୍ଧୁ ଶତପଥୀ, ଉପସଭାପତି ଅଶୋକ କୁମାର ପାତ୍ର ଓ କୋଷାଧ୍ୟକ୍ଷ ଧନେଶ୍ୱର ନାୟକ। ନବଘନ ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ। କର୍ମଚାରୀଙ୍କୁ ପୂର୍ଣ୍ଣ ମହଙ୍ଗା ଭତ୍ତା ପ୍ରଦାନ, ପଦୋନ୍ନତି ତଥା ଠିକା ଆକାଉଣ୍ଟ୍‌ ଏକ୍‌ଜିକ୍ୟୁଟିଭ୍‌ଙ୍କୁ ସ୍ଥାୟୀ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏ ନେଇ ସରକାରଙ୍କ ପାଇଁ ଦାବି ଉପସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସଂଘର ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ଅସୁସ୍ଥତା ଯୋଗୁଁ ବୈଠକରେ ଯୋଗ ଦେଇ ପାରି ନ ଥିଲେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର