ଆଜି ଚିଲିକା ହ୍ରଦରେ ବାର୍ଷିକ ତଦାରଖ

ମଧ୍ୟାହ୍ନ ଯାଏଁ ପର୍ଯ୍ୟଟକଙ୍କୁ ହ୍ରଦ ବିହାର ମନା

ଭୁବନେଶ୍ୱର : ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ପକ୍ଷରୁ ପ୍ରଥମ ଥର ପାଇଁ ଚିଲିକା ହ୍ରଦର ବାର୍ଷିକ ତଦାରଖ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିପାଇଁ ଆସନ୍ତାକାଲି ସକାଳୁ ଦିନ ୧୨ଟା ପର୍ଯ୍ୟନ୍ତ ଚିଲିକା ହ୍ରଦ ଭିତରକୁ ଭ୍ରମଣ କରିବା ଉପରେ ପର୍ଯ୍ୟଟକମାନଙ୍କ ପାଇଁ କଟକଣା ଜାରି ହୋଇଛି। ସିଡିଏ ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁଶାନ୍ତ ନନ୍ଦଙ୍କ ସୂଚନା ଅନୁଯାୟୀ ୨୦୧୭ରେ ହୋଇଥିବା ଜିଆଇଏସ୍‌ ସର୍ଭେ ଏବଂ ବାସ୍ତବ ସ୍ଥିତି ଅନୁଯାୟୀ ଚିଲିକା ହ୍ରଦର ପ୍ରାୟ ୧୮୨ ବର୍ଗ କି.ମି. ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ିଚାଷ କରାଯାଉଥିଲା। ବର୍ତମାନ ସୁଦ୍ଧା ସେଥିମଧ୍ୟରୁ ୧୫୧.୪୭ ବର୍ଗ କି.ମି. ଅଞ୍ଚଳରୁ ଘେରି ଉଚ୍ଛେଦ କରାଯାଇଛି। ଫଳରେ ଘେରିମୁକ୍ତ ହ୍ରଦ ଭିତରେ ଥିବା ପ୍ରାଣୀଙ୍କ ଉପରେ କି ପରିବର୍ତନ ସଂଘଟିତ ହୋଇଛି, ସେ ସଂପର୍କରେ ଆସନ୍ତାକାଲି ଅନୁଧ୍ୟାନ କରାଯିବ। ଏଥିପାଇଁ ସର୍ବେକ୍ଷଣ ନିମନ୍ତେ ୨୮ଟି ଦଳରେ ସିଡିଏ, ବନ୍ୟପ୍ରାଣୀ ଉପଖଣ୍ଡ, ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ, ଖୋର୍ଦ୍ଧା କର୍ମଚାରୀ, ଉପକୂଳ ଅଞ୍ଚଳର ପ୍ରକୃତିପ୍ରେମୀମାନଙ୍କୁ ନିୟୋଜିତ କରାଯାଇଛି। ସେମାନେ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ, ଡଲ୍‌ଫିନ୍‌, ସ୍ପଞ୍ଜ, ପୁନଃଘେରି ନିର୍ମାଣ କାର୍ଯ୍ୟକୁ ତଦାରଖ କରିବେ।

ସମ୍ବନ୍ଧିତ ଖବର