‘ସାଧାରଣ ନିର୍ବାଚନ ଆଗରୁ ଏସ୍‌କେସିଜି ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳୁ’

ପୁରୁଣା ସ୍ମୃତି ବଖାଣିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ବିଶ୍ବବିଦ୍ୟାଳୟ କୁଳପତି

ପାରଳାଖେମୁଣ୍ତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସ୍‌କେସିଜି ସ୍ବୟ˚ଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସ˚ସଦର ବାର୍ଷିକ ଅଧିବେଶନ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଡ.ଗିରିଧର ଗମାଙ୍ଗ ମୁଖ୍ୟ ଅତିଥି, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର ମୁଖ୍ୟବକ୍ତା ଓ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ନିଜ ଛାତ୍ର ଜୀବନର ଗୁରୁତ୍ବପୂର୍ଣ୍ଣ ଅନୁଭୂତି ବଖାଣିଥିଲେ। ‘ ଗୌରବମୟ ପୁରାତନ ଏସ୍‌କେସିଜି ସ୍ବୟ˚ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ମିଳିବା ଦରକାର। ୨୦୨୪ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାବାସୀଙ୍କ ଏହି ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବେ ପୂରଣ କରିବା ନେଇ ସେ ଆଶାବାଦୀ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେହିପରି ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟ ସରକାର ଓଡ଼ିଶାର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହ ବର୍ତ୍ତମାନ ଶିକ୍ଷାର ବିକାଶ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି ।

ଏସ୍‌କେସିଜି ମହାବିଦ୍ୟାଳୟରେ ୬ଟି ନୂତନ ପିଜି ପାଠ୍ୟକ୍ରମ ଖୋଲିବା, ଦୁଇଟି ନୂତନ ସ୍ନାତକ ପାଠ୍ୟକ୍ରମ ଆରମ୍ଭ କରିବା, କିଛି ସ୍ନାତକ ପାଠ୍ୟକ୍ରମରେ ଆସନ ସ˚ଖ୍ୟା ବୃଦ୍ଧି କରିବା ଓ ମହାବିଦ୍ୟାଳୟର ଅଧ୍ୟାପକ ପଦବି ପୂରଣ ପାଇଁ ଗୁରୁତ୍ବ ଦେବା ଏହାର ଜ୍ବଳନ୍ତ ପ୍ରମାଣ ବୋଲି ସେ କହିଛନ୍ତି। ସେହିପରି ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ପୁରୁଣାପାଟଣାମଣ୍ତଳୀ ଅଧିନରେ ଥିବା ଦୁର୍ଗମ ଦଶରଥପୁର ଗ୍ରାମର ଏକ ସାଧାରଣ ପରିବାରରୁ ଆସି ଏହି ଗୌରବମୟ ଅନୁଷ୍ଠାନରେ ପାଠ ପଢ଼ିବା ଓ ଭବିଷ୍ୟତ ଗଠନରେ ଏହି ଅନୁଷ୍ଠାନ ତାଙ୍କ ଜୀବନରେ କିଭଳି ପ୍ରମୁଖ ଭୂମିକା ନେଇଥିଲା ଏନେଇ ଶ୍ରୀ ମହାପାତ୍ର ସ୍ମୃତିଚାରଣ କରିଥିଲେ।

କଲେଜ ପୁରାତନ ଛାତ୍ରସଂସଦର ବାର୍ଷିକ ଅଧିବେଶନ

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗମାଙ୍ଗ ୧୯୭୦ ମସିହ‌ାରେ ଏହି ଅନୁଷ୍ଠାନର ଛାତ୍ର ଥିବା କହିଥିଲେ। ନିଜକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଖ୍ୟା ଠାରୁ ଏସ୍‌କେସିଜି ମହାବିଦ୍ୟାଳୟର ପୁରାତନ ଛାତ୍ରର ଆଖ୍ୟାକୁ ଅଧିକ ପସନ୍ଦ କରିବେ ବୋଲି କହିଥିଲେ।  ତେବ‌େ ସେହି ସମୟରେ ଯାତାୟାତର ସମସ୍ୟା ସତ୍ତ୍ବେ ୧୫୦ କିମି ଦୂରରୁ ଏଠାକୁ ଆସ ନିଜ ଭବିଷ୍ୟତ ଗଢ଼ିଥିବାରୁ ସେ ଗର୍ବିତ ବୋଲି ଡ.ଗମାଙ୍ଗ ମତବ୍ୟକ୍ତ କରିଥିଲେ।
ଜିଲ୍ଲାପାଳ ଲିଙ୍ଗରାଜ ପଣ୍ତା ନିଜ ଅଭିଭାଷଣ ମାଧ୍ୟମରେ ରାଜ୍ୟ ସରକାର ଏହି ମହାବିଦ୍ୟାଳୟର ଆଧୁନିକୀକରଣ ଯୋଜନା ସମ୍ପର୍କରେ ସୂଚନା ଦେବା ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଆଧୁନିକ ଇ-ଲାଇବ୍ରେରିର ବ୍ୟବସ୍ଥା ଅତି ଶୀଘ୍ର ଆରମ୍ଭ କରାଯିବ ବୋଲି ପ୍ରକାଶ କରିଥିଲେ।

ଅଧ୍ୟକ୍ଷ ପ୍ରଫେସର ଅଜୟ ତ୍ରିପାଠୀ ନିଜେ ଯେଉଁ ମହାବିଦ୍ୟାଳୟରେ ଛାତ୍ର ଜୀବନ କଟାଇଥିଲେ ସେଠାରେ ଯେ ଦିନେ ଅଧ୍ୟକ୍ଷ ଦାୟିତ୍ବ ନେବେ, ସେ କଥା ସ୍ବପ୍ନରେ ମଧ୍ୟ ଚିନ୍ତା କରି ନଥିଲେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସ˚ସଦର ସମ୍ପାଦକ ଡ.ଶଙ୍କର ବକ୍ସି, କାର୍ଯ୍ୟକାରୀ ସଭାପତି ଡ.ନାସିର ବେଗ୍, ଉପସଭାପତି ଆଶାଲତା ପାଣିଗ୍ରାହୀ, କାର୍ଯ୍ୟକାରୀ ସଦସ୍ୟ ଅମୂଲ୍ୟ ପାଣିଗ୍ରାହୀ ଓ ଆଦର୍ଶ ଦାଶ ପ୍ରମୁଖ ଉଦବୋଧନ ରଖିଥିଲେ।

ଦ୍ବିତୀୟ ଅଧିବେଶନରେ ସ˚ଗଠନର ନିର୍ବାଚନ ପ୍ରକ୍ରିୟାକୁ ନୃସି˚ହ ଚରଣ ପଟ୍ଟନାୟକ ପରିଚାଳନା କରିଥିଲେ । ସମସ୍ତଙ୍କ ସହମତିରେ କାର୍ଯ୍ୟକାରୀ ସଭାପତି ଭାବେ ଡ.ନାସିର ବେଗ, ଡ.ଶଙ୍କର ପ୍ରସାଦ ବକ୍ସି ସମ୍ପାଦକ, ଅଜିତ ପଟ୍ଟନାୟକ କୋଷାଧକ୍ଷ, ଆଶାଲତା ପାଣିଗ୍ରାହୀ ଓ ଆଦର୍ଶ ଦାଶ ଉପସଭାପତି ଭାବେ ପୁନଃ ମନୋନୀତ ହୋଇଥିବା ବେଳେ ୩ ଜଣ ଯୁଗ୍ମ ସମ୍ପାଦକ ଏବ˚ ୧୫ ଜଣ କାର୍ଯ୍ୟକାରୀ ସଦସ୍ୟ ମନୋନୀତ ହୋଇଥିଲେ। ପୂର୍ବତନ ଅଧ୍ୟକ୍ଷ ଡ.ରାଧାକାନ୍ତ ଭୂୟାଁଙ୍କୁ ଜୀବନବ୍ୟାପୀ ଉପଲବ୍ଧି ସକାଶେ ସମ୍ମାନିତ କରାଯାଇଥିଲା। ସେହିଭଳି, ମହାବିଦ୍ୟାଳୟର ଛାତ୍ରମାନେ ପୁରାତନ ଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର