ଆୟକର ଫ୍ରେଣ୍ଡସ ସୋସାଇଟିର ବାର୍ଷିକ ଅଧିବେଶନ

ଭୁବନେଶ୍ବର : ଆୟକର ଫ୍ରେଣ୍ଡସ ସୋସାଇଟିର ବାର୍ଷିକ ଅଧିବେଶନ ଚଳିତ ମାସ ୧୩ ତାରିଖ ଦିନ ତେଲେଙ୍ଗାପେଣ୍ଠସ୍ଥିତ ଏକ କୃଷି ଉଦ୍ୟାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଶତାଧିକ ସଭ୍ୟ ଯୋଗଦାନ କରିଥିଲେ।

ପ୍ରାକ୍ତନ ଆୟକର ପ୍ରଧାନ ଆୟୁକ୍ତ କବି ଶରତ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଅଧିବେଶନରେ ଆଗାମୀ ଏକବର୍ଷ ପାଇଁ ସର୍ବସମ୍ମତି କ୍ରମେ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ଏଥିରେ ସଭାପତି ଭାବେ ଶରତ ଦାଶ, କାର୍ଯ୍ୟକାରୀ ସଭାପତି ଗୌତମ ଦାସ, ସମ୍ପାଦକ ରାଧାଶ୍ୟାମ ଗିରି, ଯୁଗ୍ମ ସମ୍ପାଦକ ଶଶିକାନ୍ତ ବେହେରା ଓ ତ୍ରିଲୋଚନ ମଲ୍ଲିକ, କୋଷାଧ୍ୟକ୍ଷ ଲଳିତ ପଣ୍ଡା ଓ ହିସାବ ସମୀକ୍ଷକ ଏଭିଏନ ଶ୍ରୀନିବାସ ନିର୍ବାଚିତ ହୋଇଥିଲେ। ପରିଚାଳନା ସମିତିର ସଭ୍ୟ ଭାବରେ ମନୋଜ ପତି, ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ମଙ୍ଗରାଜ ସେଠୀ, ଚିତ୍ତରଂଜନ ପଟ୍ଟନାୟକ, ଏମକେ ସାଇ, ଚନ୍ଦନ ଘଡାଇ, ଓ ବିଦ୍ୟାଧର ସାହୁଙ୍କୁ ନିର୍ବାଚିତ କରାଯାଇଥିଲା। ଉପଦେଷ୍ଟା ଭାବରେ ବ୍ରଜେନ୍ଦ୍ରନାଥ ମହାନ୍ତି ଓ ଜଗବନ୍ଧୁ ସାହୁ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର