କୋକସରା: ଜୟପାଟଣା ବ୍ଲକ୍ ଅଁଳାଭଟା ପଞ୍ଚାୟତ କୁକୁଡି ଗାଁରେ ବାବା ଚଁଉରିଆ ବୁଢ଼ାଙ୍କ ବାର୍ଷିକ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି। ସୋମବାର ଅପରାହ୍ଣରେ ଅଞ୍ଚଳର ୧୨ଖଣ୍ଡ ମୌଜାର ଦେବଦେବୀଙ୍କ ଲାଠି କାଳିଶି ଗାଁର ଧନଞ୍ଜୟ ନେଗୀଙ୍କ ଘର ଆଗରେ ପହଞ୍ଚିବା ପରେ ସ୍ବାଗତ କରାଯାଇଥିଲା। ସେଠାରୁ ଲାଠିଯାତ୍ରା ଆରମ୍ଭ ହୋଇଥିଲା। ଚଉଁରିଆ ବୁଢ଼ାଙ୍କ ପୂଜାର୍ଚ୍ଚନା ପରେ ଲାଠି ହଟା ପରିକ୍ରମା କରି ଲାଖ ବିନ୍ଧିଥିଲେ। ପଡ଼ୋଶୀ ଅଞ୍ଚଳର ଶତାଧିକ ଭକ୍ତ ମଧ୍ୟ ସାମିଲ ହୋଇଥିଲେ। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଟକ ପ୍ରତିଯୋଗିତା ହୋଇଥିଲା।
ଏଥିରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ମୁଖ୍ୟଅତିଥି, ଧନଞ୍ଜୟ ନେଗୀ ମୁଖ୍ୟବକ୍ତା, ଜିଲ୍ଲାପରିଷଦ ସଦସ୍ୟ ଦେବ ମାଝୀ, ପୂର୍ବ ସରପଞ୍ଚ ଚୁଡାମଣି ନାଏକ, ଯୁଧିଷ୍ଠିର ପୁଝାରୀ, ପୂଜା କମିଟି ସଭାପତି ମଦନ ରାଉତ, ସମ୍ପାଦକ କିଶୋର ରାଉତ, କୋଷାଧ୍ୟକ୍ଷ କୃତିବାସ ପୁଝାରୀ, ରାମ ନାଏକ, ଡମ୍ବରୁ ନାଏକ, ରଣସାଏ ପାତ୍ର, ତ୍ରୁପ ପାତ୍ର, ଋତୁରାଜ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ବୀରଚନ ନାଏକ, ନୀଳକଣ୍ଠ ନାଏକ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/5-9.jpg)