ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୦,୨୪୪, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୮୦

ଭୁବନେଶ୍ୱର: ଲଗାତାର ୩ୟ ଦିନରେ କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୧୦ ହଜାର ୨୪୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୮୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୪୨ହଜାର ୧୬୧ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୨୧୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୯୧୫, ସମ୍ବଲପୁରରୁ ୩୯୦, ବାଲେଶ୍ୱରରୁ ୩୨୩, ବଲାଙ୍ଗୀରରୁ ୨୫୩, ନୟାଗଡ଼ରୁ ୨୧୭, ପୁରୀରୁ ୧୯୮, ଅନୁଗୁଳରୁ ୧୮୮, କୋରାପୁଟରୁ ୧୮୪ ଓ ରାୟଗଡ଼ାରୁ ୧୮୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଯାଜପୁରରୁ ୧୭୯, ମୟୂରଭଂଜରୁ ୧୭୪, ଢେଙ୍କାନାଳରୁ ୧୬୮, କଳାହାଣ୍ଡିରୁ ୧୬୩, ଜଗତସିଂହପୁରରୁ ୧୬୧, ନବରଂଗପୁରରୁ ୧୪୯, ବରଗଡ଼ରୁ ୧୪୫, ସୁବର୍ଣ୍ଣପୁରରୁ ୧୦୮, କେନ୍ଦ୍ରାପଡ଼ାରୁ ୧୦୫, ଝାରସୁଗୁଡ଼ାରୁ ୯୬, ଭଦ୍ରକ, ଗଂଜାମରୁ ୯୧ ଜଣ ଲେଖାଏଁ, ବୌଦ୍ଧରୁ ୯୦, ଗଜପତିରୁ ୮୫, କନ୍ଧମାଳରୁ ୭୬, ମାଲକାନଗିରିରୁ ୭୩, ଦେବଗଡ଼ରୁ ୫୩, ନୂଆପଡ଼ାରୁ ୩୨, କେନ୍ଦୁଝରରୁ ୧୯ ଓ ରାଜ୍ୟପୁଲରୁ ୭୩୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୫୮୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର