ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୦୨୬୭, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୨୯

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୧୦ ହଜାର ୨୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୨୯ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୮୪ହଜାର ୧୭୪ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୯୩୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୭୬୬, କଳାହାଣ୍ଡିରୁ ୪୬୨, ବାଲେଶ୍ୱରରୁ ୨୯୦, ଯାଜପୁରରୁ ୨୮୯, ବଲାଙ୍ଗୀରରୁ ୨୧୮, ନୂଆପଡ଼ାରୁ ୧୯୪, ମୟୂରଭଂଜରୁ ୧୭୯ ଓ ନବରଂଗପୁରରୁ ୧୬୭ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ନୟାଗଡ଼ରୁ ୧୬୬, ବରଗଡ଼, ପୁରୀରୁ ୧୪୫, ଜଗତସିଂହପୁରରୁ ୧୪୪, ଅନୁଗୁଳରୁ ୧୪୩, କୋରାପୁଟରୁ ୧୨୯, ଭଦ୍ରକରୁ ୧୨୮, ସମ୍ବଲପୁରରୁ ୧୨୫, କେନ୍ଦ୍ରାପଡ଼ାରୁ ୧୦୮, କନ୍ଧମାଳରୁ ୧୦୫, କେନ୍ଦୁଝରରୁ ୧୦୧, ଝାରସୁଗୁଡ଼ା, ମାଲକାନଗିରିରୁ ୯୯ ଲେଖାଏଁ, ଗଜପତିରୁ ୯୬, ସୁବର୍ଣ୍ଣପୁରରୁ ୭୯, ଗଂଜାମରୁ ୬୨, ଦେବଗଡ଼, ରାୟଗଡ଼ାରୁ ୫୫ ଲେଖାଏଁ, ବୌଦ୍ଧରୁ ୪୨, ଢେଙ୍କାନାଳରୁ ୩୮ ଓ ରାଜ୍ୟପୁଲରୁ ୮୭୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୪୮୪୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର