ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୦୦୭୮, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୦୨

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୧୦ ହଜାର ୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୭୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୫୨ହଜାର ୨୩୯ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୫୦୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୯୪୧, ବାଲେଶ୍ୱରରୁ ୩୦୫, ରାୟଗଡ଼ାରୁ ୨୯୯, ବଲାଙ୍ଗୀରରୁ ୨୮୭, ସମ୍ବଲପୁରରୁ ୨୪୭, ବୌଦ୍ଧରୁ ୨୨୯, ଯାଜପୁର, କୋରାପୁଟରୁ ୧୯୫ ଲେଖାଏଁ ଓ ପୁରୀରୁ ୧୮୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଜଗତସିଂହପୁରରୁ ୧୮୨, କଳାହାଣ୍ଡିରୁ ୧୭୨, ମୟୂରଭଂଜରୁ ୧୬୫, ସୁବର୍ଣ୍ଣପୁରରୁ ୧୬୫, ନବରଂଗପୁରରୁ ୧୫୮, ନୟାଗଡ଼ରୁ ୧୫୪, ଅନୁଗୁଳରୁ ୧୩୮, ବରଗଡ଼ରୁ ୧୨୩, ଭଦ୍ରକରୁ ୧୧୭, ଝାରସୁଗୁଡ଼ାରୁ ୧୧୩, କେନ୍ଦ୍ରାପଡ଼ାରୁ ୯୯, ଗଜପତି, କନ୍ଧମାଳରୁ ୯୫ ଲେଖାଏଁ, ଗଂଜାମରୁ ୮୯, ଦେବଗଡ଼ରୁ ୭୭, ମାଲକାନଗିରିରୁ ୫୯, ଢେଙ୍କାନାଳରୁ ୫୩, ନୂଆପଡ଼ାରୁ ୫୧, କେନ୍ଦୁଝରରୁ ୫ ଓ ରାଜ୍ୟପୁଲରୁ ୦୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୭୪୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର