ରାଜ୍ୟରେ କରୋନା: ଆଜି ୯, ୮୩୩ ଆକ୍ରାନ୍ତ, ସୁସ୍ଥ ହେଲେ ହେଲେ ୧୦,୩୯୦

ଭୁବନେଶ୍ୱର: କରୋନା ଭାଇରସ୍‌ର ୩ୟ ଲହରରେ ଆଜି ପ୍ରଥମ ଥର ପାଇଁ ଆକ୍ରାନ୍ତଙ୍କ ତୁଳନାରେ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି।  ରାଜ୍ୟରେ ଆଜି ୧୦ ହଜାର ୩୯୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୧୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯୯ହଜାର ୪୨୩ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୯୪୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୯୪୪, ବାଲେଶ୍ୱରରୁ ୫୦୯, ସମ୍ବଲପୁରରୁ ୫୦୦, ମୟୂରଭଂଜରୁ ୩୭୬, ବଲାଙ୍ଗୀରରୁ ୩୦୮, ପୁରୀରୁ ୨୭୧, ନୟାଗଡ଼ରୁ ୨୧୪ ଓ ରାୟଗଡ଼ାରୁ ୧୯୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଯାଜପୁରରୁ ୧୯୧, ସୁବର୍ଣ୍ଣପୁରରୁ ୧୫୧, ଜଗତସିଂହପୁର, କଳାହାଣ୍ଡି, ନବରଂଗପୁରରୁ ୧୪୪ ଲେଖାଏଁ, ଗଂଜାମରୁ ୧୩୮, କୋରାପୁଟରୁ ୧୩୬, ଝାରସୁଗୁଡ଼ାରୁ ୧୨୮, କେନ୍ଦୁଝରରୁ ୧୨୪, ଗଜପତିରୁ ୧୦୬, ଭଦ୍ରକରୁ ୧୦୧, ଅନୁଗୁଳରୁ ୧୦୦, ବରଗଡ଼ରୁ ୮୪, ମାଲକାନଗିରିରୁ ୮୨, କେନ୍ଦ୍ରାପଡ଼ାରୁ ୭୧, ଢେଙ୍କାନାଳରୁ ୪୪, କନ୍ଧମାଳରୁ ୪୧, ଦେବଗଡ଼ରୁ ୨୩ ଓ ରାଜ୍ୟପୁଲରୁ ୫୬୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୯, ୮୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୬୯୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୪୧୩୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୭୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୪୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

 

ସମ୍ବନ୍ଧିତ ଖବର